Wed. Jul 22nd, 2026

ହାଇଟେକ୍‌ ମେଡିକାଲରେ ଖୋଲିଲା ୨୦୦ ଶଯ୍ୟା କୋଭିଡ୍‌-୧୯ ହସ୍ପିଟାଲ, ୧୦ ଶଯ୍ୟାରେ ଭେଣ୍ଟିଲେଟ୍‌ର ଓ ଆଇସିୟୁ ସୁବିଧା

233 Views

ରାଉରକେଲା : ଭୁବନେଶ୍ବର କିମ୍‌ସ୍‌ ଓ ସମ୍‌ ପରେ ସୁନ୍ଦରଗଡ ଜିଲ୍ଲା ରାଉରକେଲାର ହାଇଟେକ୍‌ ମେଡିକାଲ କଲେଜରେ ଖୋଲିଲା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲ। ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଇଟେକ୍‌ ମେଡିକାଲ କଲେଜ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଜିଲ୍ଲାପାଳଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ୧୦ ଶଯ୍ୟାରେ ଆଇସିୟୁ ଓ ଭେଣ୍ଟିଲେଟ୍‌ର ସୁବିଧା ରହିଛି। ଏଥିପାଇଁ ହାଇଟେକ୍‌ ମେଡିକାଲ କଲେଜ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇ ଦିଆଯାଇଛି।

ଆବଶ୍ୟକ ମେଡିକାଲ ଉପକରଣ ଓ ଯନ୍ତ୍ରପାତି ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆଗାମି ଦିନରେ କରୋନାର ସମ୍ଭାବ୍ୟ ମୁକାବିଲାକୁ ପାଇଁ ସରକାରଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବ ବୋଲି ରାଉରକେଲା ହାଇଟେକ୍‌ ମେଡିକାଲ କଲେଜର ସିଇଓ ସୁଶାନ୍ତ ଆଚାର୍ଯ୍ୟ କହିଛନ୍ତି। ସେ କହିଛନ୍ତି କୋଭିଡ୍‌-୧୯ ହସ୍ପିଟାଲରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି।

ଚୁକ୍ତିନାମାରେ ସୁନ୍ଦରଗଡ ଜିଲ୍ଳାପାଳ ନିଖିଳ ପବନ କଲ୍ୟାଣ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସିଇଓ ଓ ହାଇଟେକ୍‌ ମେଡିକାଲ କଲେଜର ସିଇଓ ସୁଶାନ୍ତ ଆଚାର୍ଯ୍ୟ ସ୍ବାକ୍ଷର କରିଛନ୍ତି। ଏଥିସହ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌), ଇସ୍ପାତ ଜେରେନାଲ ହସ୍ପିଟାଲ (ଆଇଜିଏଚ୍‌) ଓ କେତେକ ଘରୋଇ ହସ୍ପିଟାଲରେ ଆଇସୋଲେସନ୍‌ କକ୍ଷ କରାଯାଇଛି।

By amfnews

Related Post