Mon. Oct 12th, 2026

ହନିଟ୍ରାପ ମାମଲା: ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍

297 Views

ଭୋପାଲ  : ଦେଶର ସବୁଠୁ ବଡ଼ ହନିଟ୍ରାପ ଗ୍ୟାଙ୍ଗ ମାମଲାର ଚାଲିଛି ଏସଆଇଟି ତଦନ୍ତ। ଏହାରି ଭିତରେ ଭାଇରାଲ ହୋଇଛି ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦକ୍ଷିଣପନ୍ଥୀ ନେତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିକୁ ଆହୁରି ସରଗରମ କରିଛି। ହେଲେ ଭାଇରାଲ ହୋଇଥିବା ଭିଡିଓର ସତ୍ୟତା ବାବଦରେ କୌଣସି ସୂଚନା ମିଳିନାହିଁ।

ଗୋଟିଏ ଭିଡିଓରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଣେ ଯୁବତୀଙ୍କ ସହ ହୋଟେଲ୍ ରୁମରେ ଥିବା ନେଇ ଜଣାପଡ଼ିଥିବା ବେଳେ ଅନ୍ୟ ଭିଡିଓଟିରେ ଜଣେ ଦକ୍ଷିଣପନ୍ଥୀ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଦେଖିବାକୁ ମିଳିଛି। ଯାହାକି ପୂର୍ବ ଯୋଜନା ମୁତାବକ ବୋଲି ଜଣାପଡ଼ିଛି।

ଏହି ସେକ୍ସ ସ୍କାଣ୍ଡାଲ ମାମଲାରେ ଏଯାଏ ତଦନ୍ତ କାରୀ ଏସଆଇଟି ଟିମ୍ ୧୦୦୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଜବତ କରି ସାରିଛି। ଯେଉଁଥିରେ ମଧ୍ୟପ୍ରଦେଶର ଅନେକ ଆଇଏଏସ, ଆଇପିଏସ, ମନ୍ତ୍ରୀ, ନେତା ଓ ବ୍ୟବସାୟୀ ସାମିଲ୍ ଥିବା ଜଣାପଡ଼ିଛି। ଏହି ହନିଟ୍ରାପ ମାମଲାରେ ମଧ୍ୟପ୍ରଦେଶ ପୁଲିସ ଜଣେ ଯୁବକ ଏବଂ ୫ ଯୁବତୀଙ୍କୁ ଗିରଫ କରି ପଚରା ଉଚରା ଚଳାଇଛି।

ଇନ୍ଦୋର ନଗରପାଳିକାର ଇଞ୍ଜିନିୟର ହରଭଜନ ସିଂହ (୬୦)ଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ହନିଟ୍ରାପ ଗ୍ୟାଙ୍ଗର ଜଣେ ଯୁବତୀ। ଯାହାର ଭିଡିଓ ରେକର୍ଡିଂ କରିଥିଲେ ସେହି ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ। ଏହାପରେ ସେହି ରେକର୍ଡ଼ିଂ ଭିଡିଓଟିକୁ ହରଭଜନଙ୍କୁ ଦେଖାଇ ହନିଟ୍ରାପ ଗ୍ୟାଙ୍ଗ ବ୍ଲାକମେଲିଂ କରିଥିଲା। ମାମଲା ଥାନାକୁ ଆସିବା ପରେ ଏହି ହନିଟ୍ରାପ ଗ୍ୟାଙ୍ଗର ପର୍ଦ୍ଦାଫାଶ୍ ହୋଇଥିଲା।

By amfnews

Related Post