Mon. May 20th, 2024

ହତ୍ୟା ମାମଲା: ଫେରାର ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ନାଁରେ ପୋଲିସ ରଖିଲା ୧ ଲକ୍ଷ ଟଙ୍କା ପୁରସ୍କାର

By Prasanta Patnaik May 18, 2021 #Featured
265 Views

ନୂଆଦିଲ୍ଲୀ, ମେ ୧୮ : ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି । ଛତ୍ରସାଲ ଷ୍ଟାଡିୟମରେ ହୋଇଥିବା ହିଂସା ଓ ହତ୍ୟା ଘଟଣାରେ ଦିଲ୍ଲୀ ପୋଲିସ ସୁଶୀଲ କୁମାରଙ୍କ ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ଏହି ମାମଲାରେ ଦିଲ୍ଲୀର ରୋହିଣୀ କୋର୍ଟ ସୁଶୀଲଙ୍କ ନାଁରେ କିଛି ଦିନ ପୂର୍ବରୁ ଏନବିଡବ୍ଲ୍ୟୁ ଜାରି କରିଥିଲେ । 

ଦିଲ୍ଲୀ ପୋଲିସ ମୁଷ୍ଟିଯୋଦ୍ଧା ସୁଶୀଲଙ୍କ ନାଁରେ ୧ ଲକ୍ଷ ଟଙ୍କା ଏବଂ ତାଙ୍କର ଅନ୍ୟ ସାଥୀ ଅଜୟ ନାଁରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି । ସୂଚନାଯୋଗ୍ୟ, ସୁଶୀଲ କୁମାର କିଛି ଦିନ ହେବ ଫେରାର ଅଛନ୍ତି । ମାତ୍ର ପୋଲିସକୁ ସୂଚନା ମିଳିଥିଲା ଯେ, ସେ ହରିୟାଣାରୁ ଫେରାର ହୋଇ ଋଷିକେଶ ପହଂଚି ଯାଇଥିଲେ । ଦିଲ୍ଲୀ ପୋଲିସ ପୂର୍ବରୁ ସୁଶୀଲଙ୍କ ନାଁରେ ଲୁକଆଉଟ ଜାରି କରିଥିଲଶ । ପୋଲିସ ଦିଲ୍ଲୀ ସମେତ ଏନସିଆରରେ ତଦନ୍ତ ଜାରି ରଖିଛି । 

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post