Thu. Oct 1st, 2026

ହତ୍ୟା ଅଭିଯୋଗରେ ସଜା କାଟୁଥିବା କଏଦୀ ମୃତ

307 Views

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରେ ସଜା କାଟୁଥିବା ଜଣେ କଏଦୀଙ୍କର ଆଜି ମୃତ୍ୟୁ ହୋଇଛି। ମୃତକ ହେଲେ ବିପିନ ନାୟକ ।

ବଡିବିଲ ଥାନ ହିସାବୁରୁରେ ବିପିନଙ୍କ ଘର। ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ କୋର୍ଟ ତାଙ୍କୁ ୨୦୧୭ ମସିହାରେ ୧୦ ବର୍ଷର ସଜା ଶୁଣାଇଥିଲେ। ସେବେଠୁ ସେ  କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରେ ରହି ଆସୁଥିଲେ ।

ଆଜି ସକାଳୁ ଜେଲ୍‌ରେ ଥିବା ସମୟରେ ବିପିନଙ୍କ ଛାତିରେ ଯନ୍ତ୍ରଣା ହେବ ସହ ବାନ୍ତି ହୋଇଥିଲା। ଜେଲ୍‌ ଡାକ୍ତର ତାଙ୍କ ଚିକିତ୍ସା କରିବା ସହ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

By amfnews

Related Post