Fri. May 15th, 2026

ସ୍ୱାମୀ ରଣବୀର ସିଂହଙ୍କ ପିଲାଦିନର ଏହି ଫଟୋ ସେଆର କରି ପୁଣି ନିଜର ପ୍ରେମ ଜାହିର କଲେ ଦୀପିକା ପାଦୁକୋନ୍!

178 Views

ମୁମ୍ବାଇ  : ଗତ ଜୁଲାଇ ୬ରେ ବଲିଉଡ୍‌ ଅଭିନେତା ରଣବୀର ସିଂହ ୩୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଶୁଭ ଅବସରରେ ଫ୍ରେଣ୍ଡ୍‌ସଙ୍କଠାରୁ ଆରମ୍ଭ କରି ପ୍ରଶଂସକ ଓ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରମାନେ ରଣବୀର୍‌ଙ୍କୁ ସୋସିଆଲ୍‌ ମିଡ଼ିଆରେ ଶୁଭକାମନା ଜଣାଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ରଣବୀରଙ୍କର ଧର୍ମପତ୍ନୀ ଅଭିନେତ୍ରୀ ଦୀପିକା ପାଦୁକୋନ୍‌।

ଅଭିନେତ୍ରୀ ଦୀପିକା ସ୍ବାମୀଙ୍କୁ ଖୁସି କରିବା ଲାଗି ରଣବୀର୍‌ଙ୍କ ପିଲାଦିନର ଏକ ମଜାଳିଆ ଫଟୋକୁ ସୋସିଆଲ୍‌ ମିଡ଼ିଆରେ ସେଆର୍‌ କରିଛନ୍ତି। ଏହି ଫଟୋରେ ରଣବୀର୍‌ଙ୍କୁ ଏକ‘ଚୁସ୍‌କିକୁ ଚାଟି ଚାଟି ଖାଉଥିବାର ଦେଖାଯାଇଛି। ଏହାବ୍ୟତୀତ ଅଭିନେତ୍ରୀ ଦୀପିକା ରଣବୀରଙ୍କର ପିଲାଦିନର ଏହି ଫଟୋରେ ତାଙ୍କର ସ୍ବାମୀଙ୍କ ଉଦ୍ଦେଶ୍ୟରେ ଗୁଡ଼ାଏ ପ୍ରେମଭରା କ୍ୟାପ୍‌ସନ୍‌ ମଧ୍ୟ ଲେଖିଛନ୍ତି। ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ସାଂଗକୁ ଦୀପ୍‌-ବୀରଙ୍କ ପ୍ରଶଂସକଙ୍କୁ ବି ଏହା ଖୁବ୍‌ ପସନ୍ଦ ଆସିଛି।

ଆପଣଙ୍କ ସୂଚନାପାଇଁ ଜଣାଉଛୁ କି ଅଭିନେତ୍ରୀ ଦୀପିକା ପତି ରଣବୀରଙ୍କର ଏହି ଫଟୋରେ କ୍ୟାପ୍‌ସନ୍‌ ଦେଇ ଲେଖିଛନ୍ତି କି:-ସେନସିଟିଭ୍‌ ଔର୍‌ ଇମୋସନଲ୍‌,କେୟାରିଙ୍ଗ ଔର୍‌ ଦୟାଲୁ,ଉଦାର ଔର୍‌ ନମ୍ର,ଫନି ଔର୍‌ ହୁସିଆର୍‌,ଦିଲଚସ୍ପ ଔର୍‌ ଭରୋସେମନ୍ଦ’… ଏ ସବୁ ଓ ଏହାଠୁ ବି ଅଧିକ ଏବଂ ବହୁତ କିଛି।ମୋ ସ୍ୱାମୀ, ବନ୍ଧୁ,ମୋର ପ୍ରେମିକ,ମୋ ରାଜକୁମାର…ହେଲେ କେତେବେଳେ ନାହିଁ ବି,ମୋ ଛୁଆ ,ମୋର ନବଜାତ,ମୋର ଛୋଟ ବେବି,ମୋ ପାଇନାପୁଲ୍‌,ମୋର ସନ୍‌ସାଇନ୍‌ ,ମୋ ରେନ୍‌ବୋ…ତୁମେ ସର୍ବଦା ଆଉ ସର୍ବଦା ଏମିତି ରୁହ। ଆଇ ଲଭ୍‌ ୟୁ। ତେବେ ଏହି କ୍ୟାପ୍‌ସନ୍‌ ଦେଖିଲା ପରେ ରଣବୀରଙ୍କ ପ୍ରତି ତାଙ୍କ ମନରେ ଥିବା ଭଲପାଇବା ସ୍ପଷ୍ଟ ବାରି ହୋଇପଡ଼ୁଛି।

By amfnews

Related Post