Sat. May 16th, 2026

ସ୍ୱାଧୀନତା ଦିବସ ଉଦ୍‌ବୋଧନ ପାଇଁ ମତାମତ ମାଗିଲେ ମୋଦି

284 Views

ନୂଆଦିଲ୍ଲୀ  : ଆସନ୍ତା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ସବୁ ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ, ସେ ବିଷୟରେ ଆଜି ସେ ଲୋକଙ୍କ ମତାମତ ଲୋଡ଼ିଛନ୍ତି। ଗତ ୪ ବର୍ଷ ହେଲା ପ୍ରତି ସ୍ୱାଧୀନତା ଦିବସ ପାଇଁ ମୋଦି ଏଭଳି ମତାମତ ଆହ୍ୱାନ କରି ଆସୁଛନ୍ତି। ସ୍ୱାଧୀନତା ଦିବସରେ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ।

ଆଜି ମୋଦି ଟ୍ୱିଟ କରି କହିଛନ୍ତି, “ଅଗଷ୍ଟ ୧୫ ଦିନ ମୋ ଉଦ୍‌ବୋଧନ ପାଇଁ ମୁଁ ସମସ୍ତଙ୍କ ମତାମତ ଲୋଡ଼ୁଛି। ରେଡଫୋର୍ଟରୁ ଆପଣଙ୍କ ମତାମତ ମୋ ମାଧ୍ୟମରେ ୧୩୦ କୋଟି ଲୋକ ଶୁଣିବେ। ନମୋ ଆପ ଜରିଆରେ ସମସ୍ତେ ନିଜର ମତାମତ ଦେଇପାରିବେ।” ମୋଦି ସରକାର ଦ୍ୱିତୀୟଥର କ୍ଷମତାକୁ ଫେରିବା ପରେ ପ୍ରଥମଥର ପାଇଁ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।

By amfnews

Related Post