Wed. Jun 10th, 2026
216 Views

ଯାଜପୁର ଏସ୍‌ପିଙ୍କ କହିବା କଥା ସ୍ମିତାରାଣୀ ଓ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ମଧ୍ୟରେ ଦୀର୍ଘଦିନ ଧରି ସଂପର୍କ ଥିଲା । ଘଟଣା ଦିନ ରୂପେଶ ସ୍ମିତାଙ୍କୁ ତାଙ୍କ ଗେଷ୍ଟ ହାଉସକୁ ଡାକିବା ପରେ ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା।  ପରେ ସ୍ମିତାରାଣୀ ଗେଷ୍ଟ ହାଉସର ଉପର ମହଲାରେ ଥିବା ବାଥରୁମକୁ ଯାଇ ସେଠାରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ ଏବଂ ଏଥିପାଇଁ ରୁପେଶଙ୍କୁ ଦାୟୀ କରି ତାଙ୍କୁ ଗିରଫ କରିଛି ପୋଲିସ।

ଏପଟେ ଏହି ଘଟଣାକୁ ନେଇ ରାଜନୀତି ତେଜିଛି । ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଟିମ ଘଟଣା ସ୍ଥଳକୁ ଯାଇ ଫେରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି, ସ୍ମିତାରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ରୁପେଶଙ୍କ ଗେଷ୍ଟ ହାଉସକୁ ରଙ୍ଗଶାଳା ବୋଲି କହି ଏଥିରେ ଲାଗିଥିବା ବିଜେଡି ପତାକାର ଚିତ୍ର ଦେଖାଇ ବିଜେଡିକୁ ନିଶାନା କରିଛି ବିଜେପି । କେବଳ ଏତିକି ନୁହେଁ ଅଭିଯୁକ୍ତ ରୁପେଶଙ୍କ ସହ ମନ୍ତ୍ରୀ ଅରୁଣ ସାହୁ ଓ ଧର୍ମାଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘନିଷ୍ଠତାର ଅଭିଯୋଗ ଆଣି ଦଳ ସେ ଫଟୋ ବି ଦେଖାଇଛି। ଘଟଣା ଦିନ ଗେଷ୍ଟ ହାଉସରେ ଥିବା ରାମକୋ ସିମେଣ୍ଟର ଜଣେ ବରିଷ୍ଠ ଅଧିକାରୀଙ୍କ ଲିଙ୍କ କଥା ମଧ୍ୟ ଉଠାଇଛି ବିଜେପି।

ଏପଟେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଟିମ୍ ମଧ୍ୟ ଘଟଣାସ୍ଥଳ ଗସ୍ତ କରିବା ପରେ ଆଜି ଏଇ ମାମଲାରେ ମହିଳା କମିଶନ ଓ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହୋଇଛି ।  ଦଳ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି ପୋଲିସ ପ୍ରେମ ସଂପର୍କର ଥିଓରୀ ଆଣି ମାମଲାକୁ ରଫା -ଦଫା କରିବାକୁ ଚାହୁଁଛି।

୧୬ ତାରିଖ ଦିନ ହରିଦାସପୁର ଗେଷ୍ଟହାଉସରେ ସ୍ମିତାରାଣୀଙ୍କ ମୃତ ଦେହ ମିଳିଥିଲା । ହେଲେ ଯାଜପୁର ଏସ୍‌ପିଙ୍କ ଆତ୍ମହତ୍ୟା ଥିଓରୀ ପରେ ଅପେକ୍ଷା ଏ ମାମଲାର ଅଧିକ କଣ ଖିଅ ମିଳୁଛି। ସେପଟେ ଯାଜପୁର ଏସ୍‌ପିଙ୍କ ପ୍ରେସ୍‌ମିଟ୍ ପରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମୃତ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ । ସେ କହିଛନ୍ତି ମୋ ଝିଅ ହେଡ୍ ଷ୍ଟ୍ରଙ୍ଗ, କେବେ ଆତ୍ମହତ୍ୟା କରିନପାରେ।  ଝିଅକୁ ଆତ୍ମହତ୍ୟା କରିବାକୁ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ବାଧ୍ୟ କରିଛନ୍

curtsy;odisha reporter

By amfnews

Related Post