Sat. Oct 24th, 2026

ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କଲା ସ୍ୱାମୀ

286 Views

ଚାନ୍ଦିପୁର: ଦାମ୍ପତ୍ୟ କହଳ ଯୋଗୁଁ ଜଣେ ସ୍ୱାମୀ ଗତ ରାତିରେ ତାଙ୍କ ପତ୍ନୀଙ୍କୁ କଟୁରିରେ ହାଣି ହତ୍ୟା କରିଥିବାର ଖବର ମିଳିଛି।

ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଥାନା ଅଧୀନ ସାହାଦା ଗ୍ରାମ ଅନ୍ତର୍ଗତ ଗୋଶାଳାପଦା ଠାରେ। ମଙ୍ଗଳବାର ରାତିରେ ନିଶାସକ୍ତ ଅଜୟ କାମୁଳିଆ ତାଙ୍କ ପତ୍ନୀ ସୁମିତ୍ରାଙ୍କ ସହ ଝଗଡ଼ା କରିଥିଲେ। ଝଗଡ଼ା କ୍ରମେ ତୁମୁଳ ରୂପ ନେଇଥିଲା ଏବେ ୩୨ ବର୍ଷିୟ ଅଜୟ ଗୋଟାଏ କଟୁରି ଆଣି ୨୮ ବର୍ଷୀୟ ପତ୍ନୀ ସୁମିତ୍ରାଙ୍କୁ ହାଣି ପକାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସେମାନଙ୍କ ଘରେ ଚିତ୍କାର ଶୁଣି ପଡ଼ାପଡ଼ିଶୀ ଧାଇଁ ଆସିଥିଲେ ଓ ସୁମିତ୍ରଙ୍କ ବାପଘରକୁ ଖବର ଦେଇଥିଲେ। ବାପଘର ଲୋକେ ରାତାରତି ଝିଅଘରେ ପହଞ୍ଚି ଅଜୟଙ୍କୁ ଧରି ନିସ୍ତୁକ ମାଡ଼ ଦେଇ ବାନ୍ଧି ପକାଇଥିଲେ।

ଖବର ପାଇ ଚାନ୍ଦିପୁର ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଅଜୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକ କରିବା ସହ ସୁମିତ୍ରାଙ୍କ ଶବ ଜବତ କରି ତଦନ୍ତ ଚଳାଇଛି

 

By amfnews

Related Post