Sat. Apr 25th, 2026

ସ୍କୁଲ ବ୍ୟାଗ୍‌ ପରିବହନ ଉପରେ କଟକଣା

165 Views

ଭୁବନେଶ୍ବ , ନଭେମ୍ବର ୨୬: ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ପରିବହନ ଉପରେ ଜାରି ହୋଇଛି କଟକଣା। ଛାତ୍ରଛାତ୍ରୀ ଯେମିତି ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍‌ ପରିବହନ ନ କରନ୍ତି ସେଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହୋମ୍‌ୱାର୍କ ନ ଦେବାକୁ ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ସୂଚନା ଦିଆଯାଇଛି। କୌଣସି ବି ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ହୋମ୍‌ୱାର୍କ କରିବାକୁ ଦେବେ ନାହିଁ। ଏନ୍‌ସିଇଆରଟି ନିୟମ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଭାଷା ଓ ଗଣିତ ବ୍ୟତୀତ ଆଉ କୌଣସି ବିଷୟରେ ଶିକ୍ଷାଦେବେ ନାହିଁ। ସେହିପରି ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ଭାଷା, ଇଭିଏସ୍‌ ଓ ଗଣିତ ବିଷୟରେ ଶିକ୍ଷା ଦିଆଯିବ। ଅତିରିକ୍ତ ବହି, ସାମଗ୍ରୀ ଆଣି ବିଦ୍ୟାଳୟକୁ ଆସିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ କହିପାରିବେ ନାହିଁ।

ଗତ ୨୦ ତା‌ରିଖରେ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ୍‌ର ଓଜନ ୧.୫ କେଜି ରଖାଯାଇଛି। ସେହିପରି ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ୨ରୁ ୩ କେଜି, ୬ଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪ କେଜି, ୮ମ ଓ ୯ମ ଶ୍ରେଣୀ ପିଲାଙ୍କ ଲାଗି ୪.୫ କେ‌ଜି ଓ ଦଶମ ଶ୍ରେଣୀର ପିଲାମାନେ ଅତିବେଶୀରେ ୫ କେଜି ଓଜନର ବ୍ୟାଗ୍‌ ପକାଇ ବିଦ୍ୟାଳୟକୁ ଯାଇପାରିବେ। ଏହାଠାରୁ ଅଧିକ ଓଜନର ବ୍ୟାଗ୍‌ ନେବା ଉପରେ କଟକଣା ଜାରି ହୋଇଛି। ଯଦି କୌଣସି ବିଦ୍ୟାଳୟ ନିୟମ ଉଲ୍ଲଂଘନ କରୁଥିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।

By amfnews

Related Post