Fri. Jun 12th, 2026

ସ୍କୁଲ୍‌ ଉପରେ ଖସିପଡ଼ିଲା ହାଇ ଭୋଲ୍‌ଟେଜ୍‌ ତାର, ୫୦ ଛାତ୍ର ଆହତ

203 Views

ଲକ୍ଷ୍ନୌ: ଉତ୍ତରପ୍ରଦେଶସ୍ଥିତ ବିଷ୍ଣୁପୁର ଅଞ୍ଚଳର ନୟାନଗରରେ ଥିବା ଏକ ସ୍କୁଲ୍‌ ଉପରେ ହାଇ ଭୋଲ୍‌ଟେଜ୍‌ ଥିବା ତାର ଖସି ପଡ଼ିବାରୁ ୫୦ ଜଣ ଛାତ୍ର ଆହତ ହୋଇଛନ୍ତି। ଏହି ଘଟଣାର ତଦନ୍ତ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଆହତ ହୋଇ ଚିକିତ୍ସିତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ଜୀବନ ବିପଦଶୂନ୍ୟ ରହିଥିବା ସୂଚନା ରହିଛି।

ତାରଟି ଖସିବା ସମୟରେ ଛାତ୍ରଛାତ୍ରୀମାନେ ଦୂରରେ ଥିଲେ। ମାତ୍ର ବର୍ଷା ହୋଇ ସ୍କୁଲ୍‌ ପରିସରରେ ପାଣି ଜମି ଯିବା ହେତୁ ତାରଟି ପଡ଼ିବା ମାତ୍ରେ ବିଦ୍ୟୁତ୍‌ ସଂଯୋଗ ହୋଇଯାଇଥିଲା। ଏ ସଂପର୍କରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ କରୁଣ କରୁଣେଶ ସୂଚନା ଦେଇ କହିଛନ୍ତି ଯେ ବିଦ୍ୟୁତ୍‌ ସଂଯୋଗରେ ଆସି ଆହତ ହୋଇଥିବା ୫୦ ଜଣ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଲିଖିତ ଆକାରରେ ଏ ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଳା ମାଜିଷ୍ଟ୍ରେଟ୍‌କୁ ଜଣାଇଛନ୍ତି। ପ୍ରଭାବିତମାନଙ୍କୁ ମାଗଣା ଡାକ୍ତରୀ ଚିକିତ୍ସା ପ୍ରଦାନ କରିବା ପାଇଁ ମଧ୍ୟ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post