Sat. Jul 4th, 2026

ସ୍କୁଟର୍‌-ଟ୍ରକ୍‌ ଦୁର୍ଘଟନା; ଦୁଇ ଯୁବତୀ ମୃତ

198 Views

ରାଉରକେଲା: ସୋମବାର ପୂର୍ବାହ୍ନରେ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳ ଅନ୍ତର୍ଗତ ବିଜୁ ଏକ୍ସ୍‍ପ୍ରେସେଓ୍ଵରେ ଗୋଟିଏ ଟ୍ରକ୍‌ ଓ ସ୍କୁଟର୍‌ ମଧ୍ୟରେ ଦୁର୍ଘଟନା ଘଟିବାରୁ ଦୁଇ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି।

ଦୁଇ ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ, କିନ୍ତୁ ସେମାନେ ଗୁରୁଣ୍ଡିଆ ଅଞ୍ଚଳର ବୋଲି ଶୁଣାଯାଉଛି। ସକାଳ ପ୍ରାୟ ୯:୩୦ ଉକ୍ତ ଯୁବତୀ ଦ୍ୱୟ ନମ୍ବର ହୋଇ ନ ଥିବା ଏକ ନୂଆ ହୋଣ୍ଡା ଆକ୍ଟିଭା ସ୍କୁଟର୍‌ ଯୋଗେ ଯାଉଥିବା ବେଳେ ଟିସିଆଇ ଛକ ଠାରେ ସେମାନଙ୍କ ପଛରେ ଆସୁଥିବା ଏକ ୧୪ଚକିଆ ଟ୍ରକ୍‌ ଚଢ଼ିଯାଇଥିଲା।

ସଙ୍କଟାପନ୍ନ ଅବସ୍ଥାରେ ଦୁହିଁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଦୁର୍ଘଟନାଗ୍ରସ୍ତ ଦୁଇଟି ଗାଡ଼ିକୁ ବ୍ରାହ୍ମଣତରଙ୍ଗ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟନାକାରୀ ଡ୍ରାଇଭର୍‌ ଫେରାର ହୋଇ ଯାଇଛି। ଦୁର୍ଘଟନା ପରେ ପରେ ସମ୍ପୃକ୍ତ ସ୍ଥାନରେ ଲୋକେ କିଛି ମସୟ ଧରି ଉତ୍ତେଜିତ ହୋଇ ପଡ଼ିଥିଲେ। ବ୍ୟବଚ୍ଛେଦ ଲାଗି ଶବ ଦୁଇଟିକୁ ପୁଲିସ ଆଇଜିଏଚ୍‌କୁ ପଠାଇଛି।

By amfnews

Related Post