Fri. Sep 11th, 2026

ସୋନୁ ସୁଦଙ୍କ ନାଁରେ ଥାନାରେ ଏତଲା

291 Views

ମୁମ୍ବାଇ, ଜାନୁଆରୀ ୦୭ : କରୋନା ମହାମାରୀ ସମୟରେ ରିଲ୍ ହିରୋରୁ ରିଅଲ ହିରୋ ସାଜିଥିବା ସୋନୁ ସୁଦଙ୍କ ନାଁରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଥାନାରେ ଏତଲା ହୋଇଛି  । ଏତଲାରେ ଉଲ୍ଲେଖ ରହିଛି ଯେ, ସୋନୁ ସୁଦ ବିନା ଅନୁମତିରେ ନିଜଗୃହକୁ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି  ।

ମ୍ବାଇ ଜୁହୁସ୍ଥିତ ତାଙ୍କର ଛଅ ମହଲା ବିଶିଷ୍ଟ ଘରକୁ ସୋନୁ ସୁଦ୍‌ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି। ତାଙ୍କ ଘରକୁ ସେ ବିନା କୌଣସି ଅନୁମତିରେ ହୋଟେଲରେ ପରିଣତ କରିଦେଇଥିବା ବିଏମ୍‌ସି ଅଭିଯୋଗ କରିଛି।

ଏହି ଘଟଣାରେ ବିଏମ୍‌ସି ଗତ ୪ ତାରିଖରେ ଜୁହୁ ପୁଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲା। ଅଭିଯୋଗରେ କୁହାଯାଇଥିଲା ଯେ, ସୋନୁ ସୁଦ ଶକ୍ତିସାଗର ବିଲ୍ଡିଂକୁ ବିନା ସରକାରୀ ଅନୁମତିରେ ହୋଟେଲରେ ପରିଣତ କରି ଦେଇଛନ୍ତି। ତାଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ ପ୍ଲାନିଂ ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।

ସେପଟେ ଏହି ଅଭିଯୋଗରେ ସୋନୁ ମଧ୍ୟ ତାଙ୍କ ପକ୍ଷ ରଖିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ତଥା ୟୁଜର ପରିବର୍ତ୍ତନ ପାଇଁ ବିଏମ୍‌ସିକୁ ସେ ଅନୁମତି ମାଗିଥିଲେ। କିନ୍ତୁ କରୋନା ଯୋଗୁଁ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଅନୁମତି ମିଳିପାରିନାହିଁ। ସେ ଏବେ ବି ଅନୁମତି ଅପେକ୍ଷାରେ ରହିଥିବା ଜଣାଇଛନ୍ତି  ।

By amfnews

Related Post