Thu. Sep 24th, 2026

ସେଞ୍ଚୁରୀ ଛୁଇଁଲା ପିଆଜ ଦର, ସୋଶାଲ୍ ମିଡ଼ିଆରେ ଗୀତ ଭାଇରାଲ୍

257 Views

କଟକ  : ପିଆଜ ନାଁ ଶୁଣିଲେ ଏବେ ଆଖିରୁ ବାହାରୁଛି ଲୁହ । ରୋଷେଇ ଘରୁ, ଭୋଜି ଏବଂ ଅଧିକାଂଶ ହୋଟେଲରୁ ପିଆଜ ଉଭାନ ହୋଇଯାଇଛି । ପିଇାଜ ଦର ୧୦୦ ଛୁଇଁବା ପରେ ଏବେ ଚିନ୍ତାରେ ଖାଉଟି। ତେବେ ଏପରି ଅବସ୍ଥାରେ ପିଆଜକୁ ନେଇ ଗୀତ ଏବେ ସାଧାରଣ ଲୋକଙ୍କ ବେଶ ପସନ୍ଦ ହୋଇଛି। ସୋଶାଲ ମିଡ଼ିଆରେ ଏହି ଗୀତ ଭାଇରାଲ ହେବାରେ ଲାଗିଛି।

କୁଇଣ୍ଟାଲ କୁଇଣ୍ଟାଲ ବିକ୍ରି କରୁଥିବା ବ୍ୟବସାୟୀ ଏବେ ଦିନକୁ ୧୦ରୁ ୨୦କିଲୋ ବିକ୍ରି କରୁଛନ୍ତି। ମାର୍କେଟରେ ମଧ୍ୟ ପିଆଜ ଝୁଡି ଖାଲି ରହିଛି। ଲୋକଙ୍କ ସୁବିଧା ପାଇଁ  ବିଭିନ୍ନ ସହରରେ ସରକାରଙ୍କ ତରଫରୁ ଖୁଚୁରା ବିକ୍ରିୟ କେନ୍ଦ୍ର ଖୋଲାଯାଇଛି । ହେଲେ ତାହା ସମୁଦ୍ରକୁ ଶଙ୍ଖେ ।

ସେପଟେ କାହିଁକି ସେଞ୍ଚୁରୀ ଛୁଇଁଲା ପିଆଜ ଦର, ତାକୁ ନେଇ ତିଆରି ହୋଇଛି ଓଡ଼ିଆ ଗୀତ । ଗୀତରେ ଗୀତରେ ରହିଛି ସାମାଜିକ ବାର୍ତ୍ତା । ଗୁରୁ ମ୍ୟୁଜିକରେ ତିଆରି ହୋଇଥିବା ଏହି ଗୀତକୁ ଲେଖିଛନ୍ତି ନିଜେ ଏନ୍ ଗୁରୁଦତ୍ତ। ନିଜେ ଜଣେ ପିଆଜ ବ୍ୟବସାୟୀ ହୋଇଥିବାରୁ ପିଆଜକୁ ନେଇ ତାଙ୍କର ଅଭିଜ୍ଞତାକୁ ଗୀତ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ତାଙ୍କୁ ସହଯୋଗ କରିଛନ୍ତି ସଂଗୀତ ନିର୍ଦେଶକ ଏସ. ଚନ୍ଦ୍ରକାନ୍ତ।

ସରକାରଙ୍କ କାଳିଆ ଯୋଜନା, ୫ଟଙ୍କିଆ ଭାତ ଡ଼ାଲମା, ୨ ଟଙ୍କିଆ ଚାଉଳ ଓ ଇନ୍ଦିରା ଆବାସ  ଆଦି ବିଭିନ୍ନ ଯୋଜନାକୁ ହରିଲୁଟ କରୁଥିବା ଧନୀ ତଥା ଅଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଗୀତରେ ଗୀତରେ କରାଯାଇଛି ଟାର୍ଗେଟ।

By amfnews

Related Post