Wed. Jul 15th, 2026

ସୁପ୍ରିମ୍‌ କୋର୍ଟ ଆମର ହୋଇଥିବାରୁ ଅଯୋଧ୍ୟାରେ ରାମ ମନ୍ଦିର ତିଆରି ହେବ: ଉତ୍ତର ପ୍ରଦେଶ ମନ୍ତ୍ରୀ

244 Views

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମନ୍ତ୍ରୀ ମୁକୁତ ବିହାରି ବର୍ମା ଶନିବାର ଦିନ ଏକ ବିବାଦୀୟ ବିବୃତି ଦେଇ କହିଛନ୍ତି କି, ସୁପ୍ରିମ୍‌ କୋର୍ଟ ଆରମ ହୋଇଥିବା କାରଣରୁ ଆମେ ଅଯୋଧ୍ୟାରେ ରାମ ମନ୍ଦିର ତିଆରି କରିବୁ।

ବାରାଇଚ୍‌ଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି: ମନ୍ଦିର ଆମର ଆରାଧ୍ୟ ଅଟେ… ମନ୍ଦିର ତିଆରି ହେବ… ମନ୍ଦିର ତିଆରି କରିବାକୁ ଆମେ ସଙ୍କଳ୍ପବଦ୍ଧ ଅଟୁ।

ମନ୍ଦିର ନିର୍ମାଣ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଆସିନାହିଁ ବୋଲି ସାମ୍ବାଦିକମାନେ ସ୍ମରଣ କରାଇ ଦେବାରୁ ମନ୍ତ୍ରୀ ଖାମଖିଆଲି ଭାବେ କହିଲେ, ସୁପ୍ରିମ୍‌ କୋର୍ଟରେ ଥିବା କାରଣରୁ ତ!… ସୁପ୍ରିମ୍‌ କୋର୍ଟ ତ ଆମରି ନା, ସୁପ୍ରିମ୍‌ କୋର୍ଟ ବି ଆମର ଅଟେ… ମନ୍ଦିର ବି ଆମର ଅଟେ… ନ୍ୟାୟ ପାଳିକା ବି ଆମର ଅଟେ… ଏ ଦେଶ ବି ଆମର ଅଟେ… ମନ୍ଦିର ବି ଆମର ଅଟେ।

ବାରାଇଚ୍‌ରୁ ୪ ଥର ଜିଣିଥିବା ବିଜେପି ରାଜନେତା ବର୍ମା ସମବାୟ ମନ୍ତ୍ରୀ ଅଛନ୍ତି।

ତାଙ୍କର ବିବୃତି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସେ ବୁଝାଇ କହିଛନ୍ତି ଯେ ମୋ କହିବାର ଅର୍ଥ ହେଲା ସୁପ୍ରିମ୍‌ କୋର୍ଟ ଦେଶର ଅଂଶବିଶେଷ ହୋଇଥିବାରୁ ତାହା ମଧ୍ୟ ଆମର। ମୁଁ ନିଶ୍ଚିତ ଯେ ଅଯୋଧ୍ୟାରେ ରାମ ମନ୍ଦିର ହେବ। ମୁଁ କ’ଣ ଭୁଲ୍‌ କହିଲି କି ସୁପ୍ରିମ୍‌ କୋର୍ଟ ବି ଆମର ଅଟେ… ଆରେ ଭାଇ ସବୁକିଛି ତ ଆମର… ଯେହେତୁ ଦେଶ ଆମର ତେଣୁ ସବୁ କିଛି ଆମର।

By amfnews

Related Post