Sun. Oct 4th, 2026

ସୁପ୍ରିମ୍‌କୋର୍ଟ ରେଜିଷ୍ଟ୍ରିକୁ ପଚାରିଲେ ପ୍ରଧାନ ବିଚାରପତି: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଚିଠି ମୋ ପାଖକୁ ଆସିଲାନି କାହିଁକି?

211 Views

ନୂଆଦିଲ୍ଲୀ : ଉନ୍ନାଓ ଦୁର୍ଷ୍କମ ପୀଡ଼ିତା ମାଆଙ୍କ ଚିଠି ଅଦାଲତରେ ପହଞ୍ଚିଲା ଅଥଚ ମୋ ପାଖରେ କାହିଁକି ପହଞ୍ଚିଲା ନାହିଁ ବୋଲି ପ୍ରଶ୍ନ କରି ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମ୍‌ କୋର୍ଟ ରେଜିଷ୍ଟ୍ରିଙ୍କୁ ରିପୋର୍ଟ ମାଗିଛନ୍ତି।

ଦୁର୍ଘଟଣା ଘଟିବାର ଅଳ୍ପକିଛି ସପ୍ତାହ ପୂର୍ବରୁ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ଭାରତର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ କି, ଏହି ମାମଲାର ଅଭୁଯୁକ୍ତ ଠାରୁ ଆମ ଜୀବନ ପ୍ରତି ବିପଦ ରହିଛି।

ବୁଧବାର ଦିନ ଭାତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି: ଆଜି ସକାଳେ ମୁଁ ଖବରକାଗଜରୁ ପଢ଼ିଲି ଯେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ସୁପ୍ରିମ୍‌ କୋର୍ଟଙ୍କୁ ଚିଠି ଲେଖିଥିଲେ। ଗତକାଲି (ମଙ୍ଗଳବାର) ମୋତେ ଚିଠି ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ମୁଁ ଏଯାଏଁ ସେ ଚିଠି ଦେଖିନାହିଁ। ସେ ଚିଠି ମୋ ପାଖକୁ ଆସିବ। ଏହି ନକାରାତ୍ମକ ଗୋଳମାଳିଆ ପରିସ୍ଥିତିରେ ଆମେ କିଛି ଭଲ କରିବାକୁ ଯାଉଥିବା ବେଳେ ଏମିତି ଘଟିଲା।

ପୀଡ଼ିତାର ମାଆ ମଧ୍ୟ ଜାନୁଆରି ମାସରେ ସୁପ୍ରିମ୍‌ କୋର୍ଟରେ ଏକ ଟ୍ରନ୍‌ସ୍‌ଫର୍‌ ପିଟିସନ୍‌ ଫାଇଲ୍‌ କରି ଜଣାଇଥିଲେ କି, ପରିବାର ବିପଦରେ ଥିବାରୁ ଲକ୍ଷ୍ନୌ ପରିବର୍ତ୍ତେ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରାଯାଉ। ସେ କହିଥିଲେ, ଉତ୍ତର ପ୍ରଦେଶରେ ଉପଯୁକ୍ତ ନ୍ୟାୟ ପାଇବୁ ନାହିଁ।

By amfnews

Related Post