Tue. Oct 6th, 2026

ସୁଧୀର ଭାର୍ଗବଙ୍କୁ ନୂତନ ମୁଖ୍ୟ ସୂଚନା କମିସନର ଭାବେ ନିଯୁକ୍ତି ଦେଲେ ସରକାର

658 Views

ନୂଆଦିଲ୍ଲୀ: ଚାରି ଜଣ ନୂତନ ସୂଚନା କମିସନର୍‌ଙ୍କ ସହ ସୁଧୀର ଭାର୍ଗବଙ୍କୁ ସରକାର ‘କେନ୍ଦ୍ରୀୟ ସୂଚନା ଆୟୋଗ’ର ନୂତନ ମୁଖ୍ୟ ସୂଚନା କମିସନର୍‌ ଭାବେ ନିଯୁକ୍ତି ଦେଇଛନ୍ତି। ‘କେନ୍ଦ୍ରୀୟ ସୂଚନା ଆୟୋଗ’ରେ ମୁଖ୍ୟ ସୂଚନା କମିସନର୍‌ଙ୍କ ସମେତ ୧୧ ଜଣ ସୂଚନା କମିସନର ରହିବାର ବ୍ୟବସ୍ଥା ଥିଲେ ସୁଦ୍ଧା ମାତ୍ର ତିନି ଜଣଙ୍କୁ ନେଇ ତାହା ଚଳୁଥିଲା। ପୂର୍ବରୁ ‘କେନ୍ଦ୍ରୀୟ ସୂଚନା କମିସନ୍‌’ରେ କମିସନର୍‌ ଥିବା ଭାର୍ଗବଙ୍କୁ ପାନେଲ୍‌ର ନୂତନ ମୁଖ୍ୟ ଭାବେ ନିଯୁକ୍ତି ମିଳିଥିବା ବିଶେଷ ସୂତ୍ରରୁ ପ୍ରକାଶ।

‘କେନ୍ଦ୍ରୀୟ ସୂଚନା ଆୟୋଗ’ରେ ଆଇଏଫ୍‌ଏସ୍‌ ଅଫିସର୍‌ ଯଶବର୍ଦ୍ଧନ କୁମାର ସିହ୍ନା, ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ବନଜା ଏନ୍‌ ସର୍ଣ୍ଣା, ପୂର୍ବତନ ଆଇଏଏସ୍‌ ନୀରଜ କୁମାର ଗୁପ୍ତ ଏବଂ ପୂର୍ବତନ ଆଇନ ସଚିବ ସୁରେଶ ଚନ୍ଦ୍ରଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ଏ ସମସ୍ତ ଅଧିକାରୀ ଏହି ବର୍ଷ ଚାକିରିରୁ ଅବସର ଗ୍ରହଣ କରିଥିଲେ।

ମୁଖ୍ୟ ସୂଚନା କମିସନର୍‌ ଏବଂ ସୂଚନା କମିସନର୍‌ଙ୍କ ନିଯୁକ୍ତିରେ ସ୍ୱଚ୍ଛତା ବଜାୟ ରଖିବାକୁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଥିଲେ। େଓ୍ଵବ୍‌ସାଇଟ୍‌ରେ ସର୍ଚ କମିଟି ଏବଂ ଆବେଦନକାରୀଙ୍କୁ ପୂର୍ଣ୍ଣ ବିବରଣୀ ଅପ୍‌ଲୋଡ୍‌ କରିବାକୁ ମଧ୍ୟ ଶୀର୍ଷ ଅଦାଲତ କହିଥିଲେ।

By amfnews

Related Post