Sun. Sep 13th, 2026

ସିବିଏସ୍ଇ ପରୀକ୍ଷା ୨୦୧୮ ; ଭାରତ ବନ୍ଦ ପାଇଁ ପଞ୍ଜାବରେ ସ୍ଥଗିତ ହେଲା ଦଶମ ଓ ଦ୍ୱାଦଶ ପରୀକ୍ଷା

588 Views

ପଞ୍ଜାବରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ହେବାକୁ ଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଛି । ୨ ଏପ୍ରିଲରେ ଦଳିତ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ଆଖି ଆଗରେ ରଖି ସିବିଏସ୍ଇ ଏପରି ନିଷ୍ପତ୍ତି ନେଇଛି । ସରକାର ପରୀକ୍ଷାକୁ ସ୍ଥଗିତ କରିବା ପାଇଁ ସିବିଏସ୍ଇକୁ ଏକ ପତ୍ର ମଧ୍ୟ ଜାରି କରିଥିଲେ, ଯାହା ପରେ ସିବିଏସ୍ଇ ପରୀକ୍ଷାକୁ ସ୍ଥଗିତ କରିଛି । କୁୁହାଯାଉଛି ପରୀକ୍ଷାର ନୂତନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ।

ବୋର୍ଡ କହିଛି ପଞ୍ଜାବ ସରକାରଙ୍କ ସ୍କୁଲ ଶିକ୍ଷା ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଭାରତ ବନ୍ଦ ସମୟରେ ଆଇନ କାନୁନ, ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟ ସବୁ ସମସ୍ୟାମାନଙ୍କୁ କାରଣରୁ ପରୀକ୍ଷାକୁ ବାତିଲ କରିବା ପାଇଁ କୁହାଯାଇଥିଲା । ଏହାସହ ରାଜ୍ୟ ସରକାର ସମସ୍ତ ସ୍କୁଲକୁ ବନ୍ଦ ରଖିବାର ନିର୍ଣ୍ଣୟ ମଧ୍ୟ ନେଇଛନ୍ତି । ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ବୋର୍ଡର ଇକୋନୋମିକ୍ସ ଓ ଦଶମ ବୋର୍ଡର ଗଣିତ ପେପର୍ ଲିକ୍ ହେବା ପରେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା ।

Related Post