Tue. Sep 29th, 2026

ସିବିଆଇର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବେ ଏମ୍‌ ନାଗେଶ୍ୱର ରାଓ ନିଯୁକ୍ତ

223 Views

ନୂଆଦିଲ୍ଲୀ,ଅକ୍ଟୋବର ୨୪ : ସିବିଆଇର ୧ ନମ୍ବର ମୁଖ୍ୟ ଆଲୋକ ବର୍ମା ଏବଂ ୨ ନମ୍ବର ମୁଖ୍ୟ ରାକେଶ ଅସ୍ଥାନାଙ୍କ ଅଭ୍ୟନ୍ତରୀଣ ବିବାଦ ମଧ୍ୟରେ ଯୁଗ୍ମ ନିର୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।

ବର୍ମା ଏବଂ ଅସ୍ଥାନାଙ୍କୁ ସରକାର ଛୁଟି ଦେଇଛନ୍ତି। ସିଲ୍‌ କରାଯାଇଥିବା ସେମାନଙ୍କ ଅଫିସ୍‌ ମଧ୍ୟକୁ ପ୍ରବେଶ କରିବାକୁ କୌଣସି କର୍ମଚାରୀ କିଂବା ବାହାର ଲୋକଙ୍କୁ ଅନୁମତି ମିଳିବ ନାହିଁ।

ମିଳୁଥିବା ଖବର ଅନୁସାରେ, ସିବିଆଇ ନିର୍ଦେଶକଙ୍କ ସହ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀଙ୍କୁ ମଧ୍ୟ ଛୁଟି ପ୍ରଦାନ କରାଯାଇଛି।

ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‌ର ଆପଏଣ୍ଟ୍‌ମେଣ୍ଟ୍‌ସ୍‌ କମିଟି ନୂତନ ନିଯୁକ୍ତି ଆଦେଶ ଇସ୍ୟୁ କରିଥିଲା। ଏବେ ନାଗେଶ୍ୱର ରାଓ ସିବିଆଇ ନିର୍ଦେଶକଙ୍କ କର୍ତ୍ତବ୍ୟ ଏବଂ ପରିଚାଳନା ଭାର ସମ୍ଭାଳିବେ।

ନୂଆ ସିବିଆଇ ନିର୍ଦେଶକ ନାଗେଶ୍ୱର ରାଓ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌। ସେ ସିବିଆଇର ଯୁଗ୍ମ ନିର୍ଦେଶକ ଭାବେ ଚାକିରି କରୁଥିଲେ।

By amfnews

Related Post