Fri. Apr 24th, 2026

ସିଙ୍ଗାପୁର ମାଡାମ ତୁଷାଦରେ ସ୍ଥାନ ପାଇଲେ ବଲିଉଡର ସୁନ୍ଦରୀ ସ୍ୱର୍ଗତା ଶ୍ରୀଦେବୀ

409 Views

ବଲିଉଡର ସୁନ୍ଦରୀ ତଥା ମିସ୍‌ ହାଓ୍ଵାହାଓ୍ଵାଇ ସ୍ୱର୍ଗତା ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ସିଙ୍ଗାପୁର ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଛି। ଏହି ଅବସରରେ ଶ୍ରୀଦେବୀଙ୍କ ସ୍ୱାମୀ ତଥା ଫିଲ୍ମ ମେକର ବୋନି କପୁର, ଝିଅ ଜାହ୍ନବୀ ଏବଂ ଖୁସି ଉପସ୍ଥିତ ଥିଲେ। ଏହାଛଡା ଏହି ପ୍ରତିମୂର୍ତ୍ତି ଲଞ୍ଚ ସମୟରେ ସମଗ୍ର ଦୁନିଆରୁ ପ୍ରଶଂସକମାନେ ପଠାଇଥିବା ବାର୍ତ୍ତ ମଧ୍ୟ ଟ୍ରିବ୍ୟୁଟ ଓ୍ଵାଲରେ ପ୍ରଦର୍ଶିତ ହୋଇଥିଲା।

6

ଶ୍ରୀଦେବୀଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ ସମୟରେ କପୁର ପରିବାର ସମସ୍ତ ସଦସ୍ୟ ଭାବୁକ ହୋଇପଡିଥିଲେ। ଏହା ଶ୍ରୀଦେବୀଙ୍କ ପ୍ରଥମ ପ୍ରତିମୂର୍ତ୍ତି ଯାହା, ମାଡାମ ତୁଷାଦରେ ସ୍ଥାନ ପାଇଛି। ବଲିଉଡର ଅନେକ ସେଲିବ୍ରିଟଙ୍କ ମହମ ପ୍ରତିମୂର୍ତ୍ତି ଏଠାରେ ପୂର୍ବରୁ ସ୍ଥାନ ପାଇଥିବା ବେଳେ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି ଏବେ ସ୍ଥାନ ପାଇଛି। ଶ୍ରୀଦେବୀଙ୍କ ଏହି ମହମ ପ୍ରତିମୂର୍ତ୍ତି ଫିଲ୍ମ ‘ମିଷ୍ଟର ଇଣ୍ଡିଆ ଏବଂ ହାଓ୍ଵାହାଓ୍ଵାଇ’ ଲୁକ ଉପରେ ଆଧାରିତ।

ବୋନି କପୁର ଏହି ମହମ ପ୍ରତିମୂର୍ତ୍ତି ଶେୟାର କରି ଲେଖିଛନ୍ତି , ‘ଶ୍ରୀଦେବୀ ସବୁବେଳେ ଆମ ଭିତରେ ରହିବେ, କେବଳ ଆମ ହୃଦୟରେ ଦୁହେଁ ବରଂ ଲକ୍ଷଲକ୍ଷ ଫ୍ୟାନମାନଙ୍କ ହୃଦୟରେ ସବୁବେଳେ ରହିଥିବେ।

By amfnews

Related Post