Sun. Aug 16th, 2026

ସିକ୍ୟୁରିଟି କମାଇବା ପାଇଁ ସରକାରଙ୍କୁ ନିବେଦନ କଲେ ୟୁପି ରାଜ୍ୟପାଳ

220 Views

ଲକ୍ଷ୍ନୌ  : ଭିଆଇପି ସଂସ୍କୃତିକୁ ହଟାଇବାକୁ ଯାଇ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ନିଜ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ହ୍ରାସ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ କହିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। କିନ୍ତୁ ରାଜଭବନ ପକ୍ଷରୁ ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ରାଜ୍ୟପାଳ ଆନନ୍ଦୀବେନ କହିଛନ୍ତି ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ୫୦ ସୁରକ୍ଷାକର୍ମୀ ବରଂ ଲୋକଙ୍କ ସୁରକ୍ଷାରେ ନିୟୋଜିତ ହେଲେ ଭଲ ହେବ। ଆନନ୍ଦୀବେନ ପଟେଲ ଜୁଲାଇ ୨୯ ତାରିଖରେ ଉତ୍ତର ପ୍ରଦେଶର ୨୫ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ। ସେହିପରି ଗୃହମନ୍ତ୍ରଣାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବିନାଶ ଅଓ୍ୱସ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସିକ୍ୟୁରିଟି କମାଇବା ପାଇଁ କେନ୍ଦ୍ରକୁ ନିବେଦନ କରିଛନ୍ତି। ଏବେ ଯୋଗୀ ଆଦିତ୍ୟନାଥ କେନ୍ଦ୍ର ଦ୍ୱାରା ଜେଡ୍(Z) କ୍ୟାଟେଗୋରୀ ସୁରକ୍ଷାରେ ରହିଛନ୍ତି।

By amfnews

Related Post