Wed. Jul 29th, 2026

ସିକିମ୍ ସୀମାରେ ଭାରତ ଓ ‌ଚୀନ୍ ସେନା ମୁହାଁମୁହିଁ:

248 Views

ନୂଆଦିଲ୍ଲୀ: ଶନିବାର ଦିନ ଉତ୍ତର ସିକିମର ଭାରତ-ଚୀନ୍ ସୀମାରେ ବହୁସଂଖ୍ୟକ ଭାରତୀୟ ଓ ଚୀନ୍ ସୈନିକ ଉତ୍ତେଜିତ ହୋଇ ମୁହାଁମୁହିଁ ହୋଇଥିଲେ ବୋଲି ଦୁଇଜଣ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।

ଦୁଇ ଦେଶର ସେନାଙ୍କ ମଧ୍ୟରେ ଏହି ଆକ୍ରମଣାତ୍ମକ ପରିସ୍ଥିତି ୫୦୦୦ ମିଟର ଉଚ୍ଚରେ ଥିବା ନାକୁ ଲା ସେକ୍ଟର୍‌ ଘାଟିରେ ଉପୁଜିଥିଲା ବୋଲି ପ୍ରଥମ ଅଧିକାରୀଜଣକ କହିଛନ୍ତି।

ମାଡ଼ ମରାମରି ହୋଇ ଏଥିରେ କେତେକ ସୈନ୍ୟ ଆହତ ମଧ୍ୟ ହୋଇଥିବାର ଖବର ମିଳିଛି। ଦ୍ବିତୀୟ ଅଧିକାରୀଜଣକ କହିଛନ୍ତି, ୧୫୦ଜଣ ସୈନିକଙ୍କ ସମ୍ପୃକ୍ତି ଥିବା ଏହି ଗଣ୍ଡଗୋଳରେ ଭାରତର ୪ ଜଣ ଓ ଚୀନ୍‌ର ୭ଜଣ ସୈନିକ ଆହତ ହୋଇନ୍ତି। ଘଟଣାସ୍ଥଳରେ ମୀମାଂଶା କରାଯାଇ ବିବାଦ ମେଣ୍ଟାଇ ଦିଆଯାଇଛି।

ଏ ସଂକ୍ରାନ୍ତରେ କୌଣସି ଖବର ମିଳିନାହିଁ ବୋଲି ସେନାମୁଖ୍ୟାଳୟ ଗଣମାଧ୍ୟମକୁ କହିଛି। ଜଣେ ପୂର୍ବତନ ଶୀର୍ଷସ୍ତରୀୟ କମାଣ୍ଡର୍ କହିଛନ୍ତି ଯେ ନକୁ ଲା ଅଞ୍ଚଳରେ ସାଧାରଣତଃ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୁଏନାହିଁ।

By amfnews

Related Post