Mon. Oct 5th, 2026

ସାର୍ଟିଫିକେଟ ଯାଞ୍ଚ ଭୟରେ ୨ ଶିକ୍ଷୟିତ୍ରୀ ଚାକିରି ଛାଡ଼ିଲେ

235 Views

ମ.ରାମପୁର : ସାରା ରାଜ୍ୟରେ ନକଲି ଶିକ୍ଷକ ପ୍ରସଙ୍ଗ ଜୋର ଧରିଥିବାବେଳେ ସୋମବାର ଦିନ ମ.ରାମପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୨୯ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ହେଲେ ସାର୍ଟିଫିକେଟ ଯାଞ୍ଚ ଭୟରେ ଦୁଇଜଣ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଥିବା ନେଇ ସଂପୃକ୍ତ ବିଭାଗକୁ ଡାକଯୋଗେ ଚିଠି ପଠାଇ ଥିବା ଜଣାଯାଇଛି। ଉକ୍ତ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ କିସାନ ପ୍ରକାଶ କରିଛନ୍ତି।

By amfnews

Related Post