Sat. Aug 15th, 2026

ସାମସଙ୍ଗ ଇଲେକଟ୍ରୋନିକସ ଉପସଭାପତିଙ୍କୁ ଅଢେଇ ବର୍ଷ ଜେଲ

281 Views

ନୂଆଦିଲ୍ଲୀ,ଜାନୁଆରୀ ୧୮ : ଲାଞ୍ଚ ନେବା ଅଭିଯୋଗରେ ଦକ୍ଷିଣ କୋରିଆର ସିଓଲ କୋର୍ଟ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ୍ ଚେୟାର୍‌ମ୍ୟାନ୍ ଲି ଜେ ୟୋଙ୍ଗଙ୍କୁ ଅଢେଇ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୭ ମସିହାରେ ତାଙ୍କୁ ୨୯.୮ ବିଲିୟନ ୱାନ (୨୭.୪ ମିଲିୟନ ଡ଼ଲାର) ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା ଯାହାଫଳରେ ତାଙ୍କୁ ପାଞ୍ଚ ବର୍ଷ ଦଣ୍ଡିତ କରାଯାଇଥିଲା।

କିନ୍ତୁ  ଅଦାଲତରେ ଆବେଦନ ପରେ ତାଙ୍କୁ ଅଢେଇ ବର୍ଷର ଦଣ୍ଡାଦେଶ ହୋଇଛି । ଏହି ମାମଲାରେ ପୂର୍ବତନ ଅଧ୍ୟକ୍ଷ ପାର୍କ ଜିୟୁନ୍ ହେ ମଧ୍ୟ ଜଡିତ ଅଛନ୍ତି। ଉଭୟଙ୍କୁ ଜେଲ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କୋର୍ଟ ତାଙ୍କର ଦୀର୍ଘ ଦିନର ବନ୍ଧୁ ଚୋଇ ସୁନ୍ ସିଲଙ୍କୁ ମଧ୍ୟ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ସରକାରଙ୍କ ସମର୍ଥନ ତଥା କମ୍ପାନୀକୁ କ୍ଷମତା ହସ୍ତାନ୍ତର ପାଇଁ ଚୋଇ ତାଙ୍କୁ ଏହି ଅପରାଧରେ ସମର୍ଥନ କରିଛନ୍ତି।ଯେତେବେଳେ ସିଓଲ ହାଇକୋର୍ଟ ଏହି ରାୟ ଦେଇଥିଲେ ସେତେବେଳେ ଲି କୋର୍ଟରେ ଉପସ୍ଥିତ ଥିଲେ। କୋର୍ଟଙ୍କ ରାୟ ପରେ ତାଙ୍କୁ ଗିରଫ କରାଯାଇଥିଲା ।

By amfnews

Related Post