Mon. Sep 28th, 2026

ସାବ୍ରିମାଲା ମନ୍ଦିର ମଧ୍ୟକୁ ମହିଳାଙ୍କୁ ପ୍ରବେଶ ଅଧିକାର ଦେଲେ ସୁପ୍ରିମ୍‌ କୋର୍ଟ

270 Views

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ କେରଳର ସାବ୍ରିମାଲା ମନ୍ଦିର ମଧ୍ୟକୁ ମହିଳାମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇଛି। ୧୦ ରୁ ୫୦ ବର୍ଷୀୟ ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦୀର୍ଘ ଦିନ ହେବ ବାରଣ କରାଯାଉଥିଲା।

ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଲେ ଯେ ମାନସିକ ଅଭିଜ୍ଞତା ଆଧାରକୁ ଜାବୁଡ଼ି ଧରି ମହିଳାଙ୍କ ଅଧିକାର ଚପାଇ ହେବ ନାହିଁ। ସେ କହିଲେ: ପ୍ରଭୁ ଆୟାପ୍ପାଙ୍କ ଭକ୍ତମାନେ ହିନ୍ଦୁ, ଭିନ୍ନ ଧାର୍ମିକ ଗୋଷ୍ଠୀର ନୁହନ୍ତି। କୌଣସି ମାନସିକ ଏବଂ ଜୈବିକ କାରଣକୁ ବୈଧ୍ୟତା ମଳିବ ନାହିଁ ଯଦି ତାହା ସମୟର କଷଟି ପଥର ଅତିକ୍ରମ ନ କରି ପାରିଲା। ସାବ୍ରିମାଲା ମନ୍ଦିର ଜାରି କରିଥିବା କଟକଣାକୁ ଜରୁରୀ ଧାର୍ମିକ ପ୍ରଥା ବୋଲି ଧରା ଯାଇ ପାରିବ ନାହିଁ।

By amfnews

Related Post