Fri. Oct 16th, 2026

ସାବେରୀ ନଦୀରେ ଡଙ୍ଗା ବୁଡ଼ି ୩ ନିଖୋଜ

214 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍‌ର ନିଲିଗୁଡ଼ାସ୍ଥିତ ସାବେରୀ ନଦୀରେ ଡଙ୍ଗା ବୁଡ଼ି ଯିବାରୁ ୩ ଜଣ ନିଖୋଜ ହୋଇଯାଇଛନ୍ତି। ତିନି ନିଖୋଜଙ୍କ ଘର ପଡ଼ିଆ ବ୍ଲକ୍‌ ମାଟେରୁ ପଞ୍ଚାୟତର କୁମ୍ଭାରଗୁଡ଼ା ଗାଁରେ। ସେମାନେ ହେଲେ ଗାଁର ରାଜା କାବାସୀଙ୍କ ଦୁଇ ଝିଅ ମଲିକା  କବସୀ, ଦିନେ କବାସୀ ଓ ଜଣେ ସ୍ଥାନୀୟ ଯୁବକ।

ଗତକାଲି ଅପରାହ୍ଣରେ ସେମାନେ ଏକ ଦେଶୀ ଡଙ୍ଗାରେ ସାବେରୀ ନଦୀରେ ଆସୁଥିଲେ।  ତେବେ ମଝି ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ନିଖୋଜ ଥିବା ଯୁବକ ଜଣକ ଡଙ୍ଗା ଚଲାଉଥିଲେ।

ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ଅନ୍ଧାରରେ ହୋଇଯାଇଥିବାରୁ ସନ୍ଧାନ କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

By amfnews

Related Post