Fri. Sep 4th, 2026

ସାବଧାନ ! ଏହି ସବୁ ଲୋକଙ୍କ ପାଇଁ ଅଦା ବିଷ ସଦୃଶ

487 Views

ଶୀତଦିନେ ଘରେ ସାଧାରଣତଃ ଅଦାର ବ୍ୟବହାର ଅଧିକ ହୋଇଥାଏ । ଖାଇବା ତିଆରିରେ ହେଉ କି ଚା’, ସବୁଥିରେ ଅଦାର ବ୍ୟବହାର ହୋଇଥାଏ । ଶୀତ ଦିନେ ସକାଳର ଆରମ୍ଭ ଲେକାମାନେ ଅଦା ମିଶା ଚା’ରୁ ହିଁ କରିଥାନ୍ତି । ଯାହା ଶରୀରକୁ ଗରମ ରଖିବା ସହ ଶୀତ ଦିନେ ହେଉଥିବା ଅନେକ ସମସ୍ୟାରୁ ରକ୍ଷା ଦେଇଥାଏ। ତେବେ ଅଦାରୁ ମିଳୁଥିବା ଫାଇଦା ବିଷୟରେ ତ ଆପଣମାନେ ଜାଣିନେଲେ । କିନ୍ତୁ କେଉଁ ରୋଗୀମାନଙ୍କୁ ଅଦାଠାରୁ ଦୂରେଇ ରହିବା ଦରକାର, ତାହା ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେ ବିଷୟରେ…।

୧.ଯେଉଁ ଲୋକମାନଙ୍କୁ କୌଣସି ପ୍ରକାରର ରକ୍ତ ବିକାର ରହିଥାଏ, ସେମାନଙ୍କୁ ଅଦାର ସେବନ କମ ବା ଜମା ବି କରିବା କଥା ନୁହେଁ । ଖାସ୍‌ କରି ହେମୋଫିଲିଆରେ ପୀଡ଼ିତ ରୋଗୀ । କାରଣ ଅଦା ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ ।

୨. ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପାଇଁ ନିୟମିତ ଭାବରେ ଔଷଧ ଖାଉଥିବା ଲୋକମାନେ ଅଦା ନ ଖାଇବା ଭଲ । କାରଣ ସେ ସବୁ ଔଷଧରେ ଥିବା ବେଟା ବ୍ଲୋକର୍ସ,ଏଣ୍ଟିକୋଗୁଲେଣ୍ଟସ୍‌ ଏବଂ ଇନ୍‌ସୁଲିନ୍‌ ଅଦା ସହ ମିଶିବା ଦ୍ୱାରା ତାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

୩. ଗର୍ଭବତୀ ଥିବା ମହିଳା ମାସ ଆରମ୍ଭରୁ ସକାଳ ସମୟରେ ହେଉଥିବା ସମସ୍ୟା ପାଇଁ ଅଦା ଖାଇବା ଭଲ । କିନ୍ତୁ ପ୍ରସବ ହେବାକୁ ଥିବା ଶେଷ କିଛି ମାସ ପୂର୍ବରୁ ଅଦାଠାରୁ ଦୂରେଇ ରହିବା ଦରକାର । କାରଣ ଶେଷ କିଛି ମାସ ପୂର୍ବରୁ ଅଦା ଖାଇବା ଦ୍ୱାରା ପ୍ରିମ୍ୟାଚ୍ୟୁର ଡ଼େଲିଭରି ହେବାର ଆଶଙ୍କା ରହିଥାଏ ।

୪. ଓଜନ କମ କରିବା ପାଇଁ ସାଧାରଣତଃ ଲୋକମାନେ ଅଦାର ସେବନ କରିଥାନ୍ତି । କିନ୍ତୁ ପତଳା ଲୋକ ଲଗାତାର ଏହାକୁ ଖାଇବା ଦ୍ୱାରା ଭୋକ କମ ଲାଗିବା ସହ ଓଜନ କମ ହୋଇ ଯାଇଥାଏ ।

By amfnews

Related Post