Thu. Sep 3rd, 2026

ସାବଧାନ୍‌ : ସାଇଲେନ୍ସର ପାଇପ୍ ଖୋଲି ନେଉଛି ପୁଲିସ

330 Views

ବାଲେଶ୍ୱର :  ବାଇକ୍‌ରେ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପ୍ ଲଗାଇଛନ୍ତି କି ? ନମ୍ବର ପ୍ଲେଟ୍ ଆରଟିଓ ନିୟମ ଅନୁସାରେ ନାହିଁ କି ? ଯଦି ହଁ ତେବେ ହୁସିଆର୍। କାରଣ ଏବେ ବାଲେଶ୍ୱର ଟ୍ରାଫିକ୍ ପୁଲିସ୍ ଏନେଇ କଡ଼ାକଡ଼ି ନିୟମ କରିଛି।

ଗତକାଲି ବାଲେଶ୍ୱର ଟ୍ରାଫିକ୍‌ ଥାନା ପକ୍ଷରୁ  ବିଭିନ୍ନ ସ୍ଥାନରେ  ଚଢ଼ଉ କରାଯାଇ  ୭୦ଟି ମୋଟର ସାଇକେଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପକୁ ଜବତ କରାଯାଇଛି। ଏହାସହ ୫ଶହରୁ ଅଧିକ ଅତିରଞ୍ଜିତ କରି ଲେଖାଯାଇଥିବା ନମ୍ୱର ପ୍ଲେଟ୍‌କୁ  ମଧ୍ୟ ଜବତ କରାଯାଇଛି।

ତେବେ ବାଲେଶ୍ୱର ସହରରେ ୧୦ରୁ ଅଧିକ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ପାଇପ୍ ଲାଗିଥିବା ମୋଟରସାଇକେଲକୁ ମଧ୍ୟ ଚିହ୍ନଟ କରାଯାଇଛି। ସାଇଲେନ୍ସର ପାଇପ୍‌ ଗୁଡ଼ିକ ଦାମ୍ ୪ ହଜାରରୁ ଆରମ୍ଭ କରି ୧୨ ହଜାର ଟଙ୍କା ଯାଏ ହେବ । ଅତ୍ୟଧିକ ଶବ୍ଦ, ଆରଟିଓ ନିୟମ ଉଲ୍ଲଂଘନ କରିଥିବା ନେଇ ଏଗୁଡ଼ିକୁ ଜବତ କରିଛି ଟ୍ରାଫିକ୍ ପୁଲିସ। ଆଗାମୀ ଦିନରେ ଏନେଇ କଡ଼ାକଡ଼ି ଯାଞ୍ଚ ସହ ଲୋକଙ୍କୁ ସଚେତନତା କରାଯିବ ବୋଲି ପୁଲିସ କହିଛି।

By amfnews

Related Post