Sun. Oct 18th, 2026

ସାପୋର ଠାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

371 Views

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାର ସାପୋର ଅଞ୍ଚଳର ଓ୍ଵାପୋରା ଠାରେ ଆତଙ୍କବାଦୀ ଏବଂ ନିରାପତ୍ତା ରକ୍ଷୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି।

ଏବେ ମଧ୍ୟ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତିର ସୂଚନା ପାଇବା ପରେ ନିରାପତ୍ତା ବଳ ଅଭିଯାନ ଆରମ୍ଭ କରିଥିଲେ।

ଗତ ସୋମବାର ଦିନ ନିରାପତ୍ତା ବଳ ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ଙ୍କ ସମେତ ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ସେମାନେ ଥିଲେ ଜୈଶ୍‌-ଏ-ମହମ୍ମଦ ସଂଗଠନର ସଦସ୍ୟ। ଏହି ଘଟନାରେ ଜଣେ ସେନାର ଜଣେ ମେଜର୍‌ ଓ ଅନ୍ୟ ତିନି ଜଣ ଯବାନ ନିହତ ହୋଇଥିଲେ।

By amfnews

Related Post