Sat. Oct 17th, 2026

ସାତ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ; ସମ୍ପର୍କୀୟ ଦାଦା ଗିରଫ

290 Views

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅଞ୍ଚଳରେ ଅଶ୍ଳୀଳ ଭିଡିଓ ଦେଖାଇ ଜଣେ ସାତ ବର୍ଷର ଶିଶୁ କନ୍ୟାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତ ଦାଦା ତେଲେସ୍ଫର ଟପନୋକୁ ଗିରଫ କରିଛି।

ସୂଚନାଅନୁସାରେ, ଶିଶୁ କନ୍ୟାର ବାପାମା’ଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ସେ ତାଙ୍କ ଆଈ ଘରେ ରହି ପାଠପଢ଼ନ୍ତି । ତେବେ ଜାନୁଆରୀ ୧୫ ତାରିଖରେ ଶିଶୁ କନ୍ୟାଟି ଘରେ ଏକୁଟିଆ ଥିବା ଦେଖି ଅଭିଯୁକ୍ତ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇଲା ପରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଏହି ସମୟରେ ଶିଶୁ କନ୍ୟାର ଆଈ ଘରକୁ ଆସି ଯିବାରୁ ଅଭିଯୁକ୍ତ ଦଉଡ଼ି ପଲାଇଥିଲା। ଏନେଇ ଶିଶୁ କନ୍ୟାର ଆଈ ଗ୍ରାମବାସୀଙ୍କୁ  ଜଣାଇଥିଲେ। ହେଲେ ଗାଁରେ କୌଣସି ସମାଧାନ ନହେବାରୁ ଆଜି ସେ ଥାନାକୁ ଆସି ଏତଲା ଦେଇଥିଲେ। ଏହା ପରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

By amfnews

Related Post