Sun. Apr 26th, 2026

ସାତ ଦିନ ପରେ ଆବୁଧାବିରୁ ନିଜ ଭିଟାମାଟିକୁ ଫେରିଲା ମୃତଦେହ, ଦାଦନ ଖଟିବାକୁ ଯାଇ ମୃତ୍ୟୁ

156 Views

ବ୍ରହ୍ମପୁର : ସାତ ଦିନ ପରେ ଆବୁଧାବିରୁ ନିଜ ଭିଟାମାଟିକୁ ଫେରିଲା ମୃତଦେହ। ଭୁବନେଶ୍ୱରରେ ବସନ୍ତ କୁମାର ସାଧବଙ୍କ ମୃତଦେହ ପହଞ୍ଚିବାପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶସାନ ପକ୍ଷରୁ ଗାଁକୁ ଅଣାଯାଇଥିଲା। ମୃତ ବସନ୍ତଙ୍କ ଘର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମଥୁରା ଗାଁରେ। ବସନ୍ତ ୨୦୧୭ ନଭେମ୍ବରରେ ଆବୁଧାବିକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ୨ ତାରିଖ ଦିନ ବସନ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାରଲୋକେ ବସନ୍ତଙ୍କ ମୃତ୍ୟୁ ଖବର ପାଇ ମୃତଦେହ ନିଜ ଗାଁକୁ ଆଣିବାକୁ ଜିଲ୍ଲା ପ୍ରଶସାନକୁ ନିବେଦନ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷର ବସନ୍ତଙ୍କ ମୃତଦେହକୁ ନିଜ ଗାଁକୁ ଅଣାଯାଇଥିଲା। ତାଙ୍କ ପରିବାରକୁ ଆର୍ଥିକ ସହାୟତା ସହ ଭରଣ ପୋଷଣ ପାଇଁ ଉଦ୍ୟମ କରାଯିବ ବୋଲି ଗଞ୍ଜାମ ଏଡିଏମ୍ କହିଛନ୍ତି।

By amfnews

Related Post