Fri. Aug 14th, 2026

ସାଇକେଲ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ଓ ମରାମତି ଦୋକାନକୁ ଖୋଲିବାକୁ ମିଳିଲା ଅନୁମତି

205 Views

ବୌଦ୍ଧ: ସାରା ଦେଶରେ ମେ ୩କୁ ବଢ଼ିଲା ଲକଡାଉନ କଟକଣା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଏକ ବଡ ନିଷ୍ପତ୍ତି ନିଆଯାଇଛି। ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜିଠାରୁ ସ୍ଥାନୀୟ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଚଳପ୍ରଚଳ ପାଇଁ ସାଇକେଲର ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ସେହିପରି ସାଇକେଲ ମେକାନିକ ବା ମରାମତି ଓ ସରଞ୍ଜାମ ଦୋକାନ ଏବଂ ବିଦ୍ୟୁତ ଉପକରଣ ଓ ମରାମତି ଦୋକାନ ଖୋଲିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅନୁମତି ଦେଇଛନ୍ତି।

ସାଇକେଲ ମରାମତି ପାଇଁ ଦୋକାନ ଖୋଲା ନ ରହିଲେ ମରାମତି ନେଇ ଲୋକେ ହଇରାଣ ହେବାର ଆଶଙ୍କା ଥିବାରୁ ଏସବୁ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଥିବା କୁହାଯାଇଛି। ଅପରପକ୍ଷେ ଖରାଦିନ ଥିବାରୁ ଲୋକମାନଙ୍କ ବିଦ୍ୟୁତ୍ ଉପକରଣ ଖରାପ ହେବାର ସମ୍ଭାବନା ରହିଛି। ଏହି ଦୃଷ୍ଟିରୁ ତାହାର ମରାମତି ସହ ନୂଆ ବିଦ୍ୟୁତ୍ ଉପକରଣ କିଣିବାକୁ ଓ ମରାମତି ଦୋକାନଗୁଡିକ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ମିଠା, ଫଳରସ ଓ ବେକେରି ସାମଗ୍ରୀକୁ କେବଳ ହୋମ ଡେଲିଭରି ପାଇଁ ଅନୁମତି ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ପରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଉକ୍ତ ଦୋକାନ ଗୁଡିକ ଖୋଲିଥିବା ଦେଖିବାକୁ ମିଳିଥିଲା। ତେବେ ଦୋକାନୀମାନେ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଯାଏଁ ଖୋଲିବାକୁ ନିର୍ଦ୍ଦେଶ ରହିଛି। ସାମାଜିକ ଦୂରତା ବଜାୟ ରଖି ବେପାର କରିବାକୁ ତାଗିଦ କରାଯାଇଛି। ସାଧାରଣ ଲୋକେ ମଧ୍ୟ ସାମାଜିକ ଦୂରତ୍ୱ ପାଳନ କରି ସେମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି।

By amfnews

Related Post