Sun. Oct 18th, 2026

ସହିଦଙ୍କ ସଂପର୍କିୟଙ୍କୁ ଅସଦ୍‌ ବ୍ୟବହାର: ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଗିରଫ ଦାବିରେ ଏତଲା

425 Views

କଟକ: ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା କଟକ ଜିଲ୍ଲା ନିଆଳିର ରତନପୁରର ମନୋଜ କୁମାର ବେହେରାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ବେଳେ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ସହିଦଙ୍କ ସଂପର୍କୀୟଙ୍କୁ ଭୁଲ୍‌ବଶତଃ ତଣ୍ଟିଆ ମାରି ବସାଇ ଦେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ବିଧାୟକ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ। କିନ୍ତୁ ଏହି ଘଟଣାକୁ ନେଇ ବିବାଦ କମିବାର ନାଁ ନେଇ ନାହିଁ। ଶୁକ୍ରବାର କଟକ ନଗର କଂଗ୍ରେସର ମହିଳା ମୋର୍ଚ୍ଚା ପକ୍ଷରୁ ବିଧାୟକଙ୍କୁ ଗିରଫ ଦାବି କରି ବାଦାମବାଡି ଥାନାରେ ଏତଲା ଦିଆଯାଇଛି। ଏଥିସହ କଟକ ନଗର କଂଗ୍ରେସ ପକ୍ଷରୁ ବିଧାୟକଙ୍କ ଗିରଫ ଦାବିରେ ରାଲି ମଧ୍ୟ କରାଯାଇଛି।

ସେହିପରି ଭୁବନେଶ୍ୱର ଖଣ୍ଡଗିରି ଥାନାରେ ମଧ୍ୟ ବିଧାୟକ ସାମନ୍ତରାୟଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଖଣ୍ଡଗିରି ଅଞ୍ଚଳରେ ଜନୈକ ସୁବାସ ମହାପାତ୍ର ସହିଦଙ୍କ ସଂପର୍କୀୟଙ୍କ ପ୍ରତି ଅସଦ ବ୍ୟବହାର ଘଟଣାରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମହାପାତ୍ର ଏହି ଏଫ୍‌ଆଇଆର୍‌ କରିଛନ୍ତି।

By amfnews

Related Post