Fri. Aug 14th, 2026

ସହମତି ସମ୍ଭୋଗକୁ ପ୍ରୋତ୍ସାହନା ଦେଇ ଆର୍ଜେଣ୍ଟିନା କମ୍ପାନି ବାହାର କଲା ନୂଆ ‘କନ୍‌ସେଣ୍ଟ୍‌ କଣ୍ଡୋମ’, ଖୋଲିବା ପାଇଁ ଦରକାର ୪ଟି ହାତ

324 Views

ନୂଆଦିଲ୍ଲୀ: ଦୁଇ ପକ୍ଷର ସହମତିରେ ଯୌନ ସଂପର୍କ ସ୍ଥାପନ ଆନନ୍ଦଦାୟକ ଓ ସାମାଜିକ ସ୍ତରରେ ଗ୍ରହଣୀୟ ବୋଲି ବାର୍ତ୍ତା ପ୍ରଦାନ କରି ଆର୍ଜେଣ୍ଟିନା ସେକ୍ସ ଟଏ କମ୍ପାନି ତୁଲିପାନ୍‌ ଏକ ନୂଆ ଧରଣର କଣ୍ଡୋମ ପ୍ୟାକେଟ୍‌ ବାହାର କରିଛି।

ଏହି କଣ୍ଡୋମର ନାମ ରହିଛି ‘କନ୍‌ସେଣ୍ଟ୍‌ କଣ୍ଡୋମ’ ବା ‘ସହମତି କଣ୍ଡୋମ’। କେହି ଜଣେ ବ୍ୟକ୍ତି ଚାହିଁଲେ ଏହି କଣ୍ଡୋମ ପ୍ୟାକେଟ୍‌କୁ ଖୋଲିପାରିବେ ନାହିଁ। ଏହି ପ୍ୟାକେଟକୁ ଖୋଲିବା ପାଇଁ ଏକାଥରରେ ୪ଟି ହାତର ଆବଶ୍ୟକତା ରହିଛି। ଏକା ଥରକେ ୪ଟି ହାତ ମିଶକି ଚାପ ପ୍ରୟୋଗ କଲେ ଯାଇ ପ୍ୟାକେଟ୍‌ଟି ଖୋଲିବ।

Embedded video
ଏହି ପ୍ୟାକେଟ୍‌ର ୪ଟି ଯାକ କଣକୁ ଏକାଥରକେ ଚାପ ପକାଇଲେ ଯାଇ ତାହା ଖୋଲିବା ସହ ସେଥିରୁ କଣ୍ଡୋମ ବାହାରିବ। ଏହି ନୂଆ ଧରଣର ପ୍ୟାକେଟ୍‌ଟି ଏହା ବାର୍ତ୍ତା ପ୍ରଦାନ କରୁଛି ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମାନ ଅଂଶିଦାରିତାର ଆବଶ୍ୟକତା ରହିଛି। ପ୍ୟାକେଟ୍‌ ଉପରେ ସ୍ପାନିସ୍‌ ଭାଷାରେ ଲେଖାଯାଇଛି ‘ଯଦି ଏହା ହଁ ନୁହେଁ, ତେବେ ଏହା ନାଁ’। ମାକେର୍ଟିଂ ବେଳେ ଏହି ଟ୍ୟାଗ୍‌ ଲାଇନ୍‌କୁ ବ୍ୟବହାର କରାଯାଉଛି।

By amfnews

Related Post