Fri. Jun 12th, 2026

ସରସ୍ବତୀ ପୂଜାକୁ ନେଇ ଗୋଷ୍ଠୀସଂଘର୍ଷ : ଉଭୟ ପକ୍ଷରୁ୧୦ ଜଣ ଆହତ, ଜଣେ ସଙ୍କଟାପନ୍ନ, କଟକ ସ୍ଥାନାନ୍ତର

272 Views

ବିଂଝାରପୁର/ବରୀ : ସରସ୍ବତୀ ପୂଜାକୁ ନେଇ ଯାଜପୁରର ବିଂଝାରପୁର ଅଞ୍ଚଳରେ ଗୋଷ୍ଠୀସଂଘର୍ଷ ହୋଇଛି। ଏଥିରେ ଉଭୟ ଗୋଷ୍ଠୀରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଆଜି ଦିନ ୧୧ଟା ସମୟରେ ବିଂଝାରପୁର ଭଅଁରା ପଞ୍ଚାୟତ ଭୁରୁଙ୍ଗା ଗ୍ରାମରେ ଆଜି ସରସ୍ବତୀ ପୂଜା ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା।

ଗୋଟିଏ ଗୋଷ୍ଠୀର ୫/୬ ସଦସ୍ୟ ଠେଙ୍ଗା ଓ ଶାବଳରେ ଗ୍ରାମର ଗୋବିନ୍ଦ ଚନ୍ଦ୍ର ମଲିକ, ଗୌରାଙ୍ଗ ମଲିକ, ଗିରିଧାରୀ ମଲିକ, ପୁନେଇ ମଲିକ ଓ ଗୀତା ମଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନଙ୍କର ମୁଣ୍ଡ, ହାତ, ଗୋଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ଆହତମାନଙ୍କୁ ଯାଜପୁର ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଆହତ ଗୋବିନ୍ଦ ଚନ୍ଦ୍ର ମଲିକଙ୍କ ପକ୍ଷରୁ ରିପୋର୍ଟ ଲେଖା ପର୍ଯ୍ୟନ୍ତ ବିଂଝାରପୁର ଥାନାରେ କୌଣସି ଅଭିଯୋଗ ପହଞ୍ଚି ନଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଆହତମାନଙ୍କ ମଧ୍ୟରୁ ଜଣେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି।

By amfnews

Related Post