Fri. Jun 12th, 2026

ସମ୍ବିଧାନର ଧାରା ୩୭୦ ଅନୁଯାୟୀ ଜମ୍ମୁ କଶ୍ମୀର ପାଇଁ ସ୍ୱତନ୍ତ୍ର ପତାକା ଛଡ଼ା ଆଉ କି କି ସ୍ୱତନ୍ତ୍ର ସୁବିଧା ମିଳୁଥିଲା

193 Views

ଶ୍ରୀନଗର  : ସମ୍ବିଧାନର ଧାରା ୩୭୦ ଅନୁସାରେ ସଂସଦ ଜମ୍ମୁ କଶ୍ମୀରର ସୁରକ୍ଷା, ବିଦେଶ ନୀତି ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବାବଦରେ ଆଇନ ଆଣି ପାରିବେ। କିନ୍ତୁ ଅନ୍ୟ କୌଣସି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବାକୁ ଚାହିଁଲେ ଜମ୍ମୁ କଶ୍ମୀରର ସରକାରଙ୍କ ପୁର୍ବାନୁମୋଦନ ନେବାକୁ ହେବ।

  • ଧାରା ୩୭୦ ଲାଗୁ ହେଉଥିବାରୁ ଜମ୍ମୁ କଶ୍ମୀରରେ ଧାରା ୩୫୬ ଲାଗୁ ହୋଇ ପାରିବ ନାହିଁ।
  • ରାଷ୍ଟ୍ରପତିଙ୍କ ପାଖରେ ଜମ୍ମୁ କଶ୍ମୀର ବିଧାନସଭାରେ ନିଆଯାଉଥିବା ନିଷ୍ପତ୍ତିକୁ ଖାରଜ କରିବାର କ୍ଷମତା ନାହିଁ।
  • ସୁପ୍ରିମକୋର୍ଟଙ୍କ ଆଦେଶ ବା ରାୟ ଜମ୍ମୁ କଶ୍ମୀରରେ ଲାଗୁ ହୁଏ ନାହିଁ।
  • ଜମ୍ମୁ କଶ୍ମୀରର ପତାକା ଅଲଗା। ସେଠାକାର ନାଗରିକଙ୍କ ପାଇଁ ଭାରତର ପତାକାକୁ ସମ୍ମାନ ଦେବା ବାଧ୍ୟତାମୂଳକ ନୁହେଁ।
  • ଭାରତର ସଂସଦ ଜମ୍ମୁ କଶ୍ମୀର ପାଇଁ ଅତ୍ୟନ୍ତ ସୀମିତ କ୍ଷେତ୍ରରେ ଆଇନ ତିଆରି କରିପାରିବ।
  • ଜମ୍ମୁ କଶ୍ମୀରର ପତାକା ଅଲଗା। ସେଠାକାର ନାଗରିକଙ୍କ ପାଇଁ ଭାରତର ପତାକାକୁ ସମ୍ମାନ ଦେବା ବାଧ୍ୟତାମୂଳକ ନୁହେଁ।
  • ଜମ୍ମୁ କଶ୍ମୀର ଲୋକଙ୍କ ପାଖରେ ଦୁଇଟି ନାଗରିକ(ଭାରତ ଏବଂ ଜମ୍ମୁ କଶ୍ମୀର) ପରିଚୟ ପତ୍ର ରହିବ।
  • ଭାରତୀୟ ନାଗରିକ ଅନ୍ୟ ସମସ୍ତ ରାଜ୍ୟରେ ଜାଗା କିଣି ପାଇବେ କିନ୍ତୁ ଜମ୍ମୁ କଶ୍ମୀରରେ ନୁହେଁ।
  • ଜମ୍ମୁ କଶ୍ମୀରର ମହିଳା ଯଦି ଭାରତର ଅନ୍ୟ କୌଣସି ରାଜ୍ୟର ବ୍ୟକ୍ତିକୁ ବିବାହ କରନ୍ତି ତାହେଲେ ସେ କଶ୍ମୀରର ନାଗରିକତ୍ୱ ହରାଇବ। ଏମିତିକି ମହିଳା ଜଣଙ୍କ ଯଦି ପାକିସ୍ତାନର କୌଣସି ବ୍ୟକ୍ତିଙ୍କୁ ବିବାହ କରନ୍ତି ତାହେଲେ ସେହି ବ୍ୟକ୍ତିଙ୍କୁ ଜମ୍ମୁ କଶ୍ମୀରର ନାଗରିକତ୍ୱ ମିଳିବ।
  • କଶ୍ମୀରରେ ରହୁଥିବା ପାକିସ୍ତାନୀଙ୍କୁ ମଧ୍ୟ ଭାରତୀୟ ଭାବରେ ନାଗରିକତ୍ୱ ମିଳିବ।ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ପାଇଁ ଥିବା ଧାରା ୩୬୦ ଦେଶର ସମସ୍ତ ସ୍ଥାନରେ ଲାଗୁ ହୋଇପାରୁ ଥିବା ବେଳେ ଏଠାରେ ଲାଗୁ ହୋଇପାରୁ ନଥିଲା।
  • ଜମ୍ମୁ କଶ୍ମୀର ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ। ଦେଶର ଅନ୍ୟ ସମସ୍ତ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ କିନ୍ତୁ ୫ ବର୍ଷ।
  • ଧାରା ୩୭୦ ପାଇଁ ଜମ୍ମୁ କଶ୍ମୀରରେ ଆରଟିଆଇ ଆକ୍ଟ ଏବଂ ସିଏଜି ଲାଗୁ ହେବ ନାହିଁ।
  • କଶ୍ମୀରରେ ପଞ୍ଚାୟତ ଗଠନର ଅଧିକାର ନାହିଁ।

By amfnews

Related Post