Thu. Jun 4th, 2026

ସମ୍ବଲପୁରରେ ପହଞ୍ଚିଲେ ହାଇଦ୍ରାବାଦରେ ଫସିଥିବା ଓଡ଼ିଆ ଶ୍ରମିକ

247 Views

ସମ୍ବଲପୁର : ସମ୍ବଲପୁରର କିଛି ଶ୍ରମିକ ହାଇଦ୍ରାବାଦର ଫସିଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ତତ୍ପରତା ପ୍ରକାଶ କରିଥିଲା ପ୍ରଶାସନ। ଖବର ପ୍ରସାରଣ ପରେ ରେଢାଖୋଲ ବିଧାୟକ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ ଏବଂ ଜିଲ୍ଲା ପ୍ରଶାସନ ହାଇଦ୍ରାବାଦରେ ଫସିଥିବା ସମ୍ବଲପୁର ଧମା ଅଂଚଳର ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।

ସେହିପରି ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ। ଏହାପରେ ସମସ୍ତ ଶ୍ରମିକ ଟ୍ରେନ ଯୋଗେ ସମ୍ବଲପୁରରେ ପହଞ୍ଚିଥିବା ସୂଚନା ମିଳିଛି। ତେବେ ପ୍ରାୟ ୩ ଦିନ ଧରି ଅଖିଆ ଅପିଆ ହାଇଦ୍ରାବାଦରେ ଫସି ରହିଥିଲେ ପ୍ରାୟ ୨୮ ଜଣ ଶ୍ରମିକ। ସମ୍ବଲପୁରର ଧମା ଅଞ୍ଚଳର ଏହି ଶ୍ରମିକମାନେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଇଟାଭାଟିରେ କାମ କରୁଥିଲେ। କରୋନା ମହାମାରୀ ଯୋଗୁଁ ମାଲିକ ଏମାନଙ୍କୁ ତଡ଼ିଦେବା ସହ କୌଣସି ପାରିଶ୍ରମିକ ଦେଇନଥିଲା। ଫଳରେ ଏମାନେ ହାଇଦ୍ରାବାଦ ରେଳ ଷ୍ଟେସନରେ ଅତି ଦୟନୀୟ ଅବସ୍ଥାରେ ପଡ଼ିରହିଥିଲେ।

By amfnews

Related Post