Fri. May 22nd, 2026

ସମ୍ବଲପୁରରେ ଏକ ଟ୍ରକଠୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଫାଇନ୍‌

164 Views

ସମ୍ବଲପୁର : ପୁରୁଣା ମୋଟର ଭେଇକିଲ୍ ଆଇନ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଏକ ଟ୍ରକ୍‌ ଉପରେ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା ହୋଇଛି। ଏହା ଏପର୍ଯ୍ୟନ୍ତ ସମଗ୍ର ଦେଶରେ  ହୋଇଥିବା ଜୋରିମାନାଠୁ ଢେର ଅଧିକ। ହେଲେ ଟ୍ରକ୍‌ ମାଲିକ ପହଞ୍ଚି  ନଥିବାରୁ ମାସେରୁ ଊର୍ଦ୍ଧ୍ୱ ହେବ ଟ୍ରକ୍‌ଟି ସମ୍ବଲପୁରରେ ପଡ଼ି ରହିଛି।

୨୦୧୪ରୁ ରୋଡ୍ ଟ୍ୟାକ୍ସ ଫାଙ୍କିଥିବାରୁ ଟ୍ରକ୍‌ ଉପରେ ୬ ଲକ୍ଷ ୪୦ ହଜାର ୫୦୦ ଟଙ୍କା ଫାଇନ୍‌ ହୋଇଛି। ଏହାସହ ମାଲବାହୀ ଟ୍ରକରେ ଯାତ୍ରୀ ଉଠାଇବା ଅଭିଯୋଗରେ ୫ ହଜାର ଟଙ୍କା, ପରମିଟ୍ ନଥିବାରୁ ୫ ହଜାର ଟଙ୍କା, ପଲ୍ୟୁସନ୍ ସାର୍ଟିଫିକେଟ ଲାଗି ୧ ହଜାର ଟଙ୍କା ଏବଂ ଟ୍ରାଫିକ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ୫ଶହ ଟଙ୍କା ଓ ଇନସ୍ୟୁରାନ୍ସ ନଥିବାରୁ ୧ ହଜାର ଫାଇନ୍ ଫାଇନ ହୋଇଛି। ଗତ ଅଗଷ୍ଟ ୧୦ ତାରିଖରେ ଏହି ଚାଲାନ କଟାଯାଇଥିଲା। ତେବେ ନୂଆ ମୋଟର ଯାନ ଆଇନ ଆସିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି।  ଟ୍ରକ୍‌ଟି ନାଗାଲାଣ୍ଡର ବୋଲି ଜଣାପଡ଼ିଛି।

By amfnews

Related Post