Thu. Jul 23rd, 2026

ସମୁଦ୍ର ଭିତରେ ମାଛ ମାରୁଥିବା ଟ୍ରଲରରୁ ଖସି ପଡ଼ି ମତ୍ସ୍ୟଜୀବୀ ନିଖୋଜ!

194 Views

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲିର ଧାମରା ବନ୍ଦରକୁ ମାଛ ମାରିବାକୁ ଯାଇଥିବା ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବାର ଖବର ମିଳଛି। ପ୍ରାପ୍ତ ସୂଚନା ଅନୁଯାୟୀ,ଗତକାଲି କେତେକ ମତ୍ସ୍ୟଜୀବୀ ବନଦୁର୍ଗା ନାମକ ଏକ ଟ୍ରଲରରେ ମାଛ ଧରିବାପାଇଁ ଯାଇଥିଲେ। ସେମାନେ ଜାଲ ପକାଇଫେରି ଆସିଥିଲେ। କିନ୍ତୁ ହାରାଧନ ମଣ୍ଡଳ ନାମକ ଜଣେ ମତ୍ସ୍ୟଜୀବୀ ଗତକାଲି ବିଳମ୍ବିତ ରାତିରେ ଜାଲ ଦେଖିବାକୁ ଯାଇଥିବା ବେଳେ ଟ୍ରଲରରୁ ଖସି ପଡ଼ିଥିବାର ସନ୍ଦେହ କରାଯାଉଛି।

ନିଖୋଜ ମତ୍ସ୍ୟଜୀବୀଙ୍କର ଘର ଜାଗୁଳା ଗ୍ରାମ ପଂଚାୟତ ବଳଭଦ୍ର ପ୍ରସାଦ ଗାଁରେ ବୋଲି ଜଣାଯାଇଛି। ସେ ସେହି ଗାଁର ମୁରଲୀ ମଣ୍ଡଳଙ୍କ ପୁଅ ହରାଧନ ମଣ୍ଡଳ(୫୫)। ଗତକାଲି ବିଳମ୍ବିତ ରାତ୍ରରେ ସମସ୍ତ ମତ୍ସ୍ୟଜୀବୀଖାଇ ଶୋଇବାକୁ ଯାଇଥିଲେ, ହେଲେ ହାରାଧନ କୈାଣସି କାରଣ ପାଇଁ ଟ୍ରଲର ପଛ ପାଖକୁ ଯାଇଥିବା ବେଳେ ଆଉ ଫେରି ନଥିଲେ । ଅନ୍ୟ ମତ୍ସ୍ୟଜୀବୀବହୁତ ଖୋଜା ଖୋଜି କରିବା ପରେ ବି ତାଙ୍କର ପତା ମିଳିନଥିଲା । ଆଜି ଏ ନେଇ ଧାମରା ସ୍ଥିତ ମେରାଇନ ଥାନାରେ ତାଙ୍କର ନିଖୋଜ ସମ୍ପର୍କରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।

By amfnews

Related Post