Wed. Jul 22nd, 2026

ସମୁଦ୍ରରେ ଭିତରେ ଖସି ପଡ଼ିଥିବା ଇଣ୍ଡୋନେସୀୟ ବିମାନର ସମସ୍ତ ୧୮୯ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା

317 Views

ଜାକର୍ତା, ଅକ୍ଟୋବର ୩୦: ରାଜଧାନୀ ଜାକର୍ତାରୁ ସୁମାତ୍ରା ଦୀପଠୁ ଦୂରରେ ଅବସ୍ଥିତ ପାଙ୍ଗ୍‌କଲ୍‌ ପିନାଙ୍ଗ ସହର ଅଭିମୁଖେ ୧୮୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ସୋମବାର ବିମାନଟି ସମୁଦ୍ରରେ ଖସି ପଡ଼ିଥିଲା। ତେବେ ବିମାନରେ ଥିବା ଯାତ୍ରୀମାନଙ୍କ ସଂପର୍କରେ କୌଣସି ସୂଚନା ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ତଗତ ହୋଇ ପାରି ନ ଥିଲା। ନିକଟରେ ମିଳିଥିବା ସୂଚନା ଅନୁସାରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସୋବମାର ଏ ସଂପର୍କରେ ଇଣ୍ଡୋନେସିଆ ସର୍ଚ ଆଣ୍ଡ୍‌ ରେସ୍‌କ୍ୟୁ ଏଜେନ୍ସି ପକ୍ଷରୁ ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ବିମାନଟି ସ୍ଥାନୀୟ ସମସ୍ତ ୬ଟା ୨୦ରେ ଉଡ଼ାଣ ଭରିଥିବା ବେଳେ ତାହାର ଠିକ୍‌ ୧୩ ମିନିଟ୍‌ ମଧ୍ୟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ବିମାନଟିରେ ୧୭୮ ଜଣ ପ୍ରାପ୍ତ ବୟସ୍କ, ୩ ଜଣ ଶିଶୁ, ୨ ଜଣ ପାଇଲଟ୍‌ ଏବଂ ୫ ଜଣ ପରିଚାରିକା ରହିଥିଲେ। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଣିରେ ବିମାନଟିର ଭଗ୍ନାବଶେଷ ଭାସୁଥିବା ସମୟର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି।

By amfnews

Related Post