Thu. Oct 15th, 2026

ସମୁଦ୍ରରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା; ଗୋଟିଏ ଦୁଇ ଫାଳ ହୋଇଗଲା

234 Views

ବ୍ରହ୍ମପୁର : ଘନ କୁହୁଡ଼ି ଯୋଗୁ ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ସମୁଦ୍ରରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଛି। ତେବେ ଦୁଇଟି ଯାକ ଡଙ୍ଗାରେ ଥିବା ମୋଟ ୧୮ ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କେବଳ ସାମାନ୍ୟ ଆହତ ହୋଇଛନ୍ତି। ସମୁଦ୍ର ଉପକୂଳରୁ ପ୍ରାୟ ୫୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା।

ଆଜି ଭୋର୍ ପ୍ରାୟ ୫ଟା ବେଳେ ଏକ ଡଙ୍ଗା ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଉଥିଲା। ସେହିପରି ଆଉ ଏକ ଡଙ୍ଗା ସମୁଦ୍ରରୁ କୂଳକୁ ଫେରୁଥିଲା। ହେଲେ ଘନ କୁହୁଡି ଯୋଗୁ ଦୁଇ ଡଙ୍ଗାର ନାବିକମାନେ ପରସ୍ପରକୁ ଦେଖିପାରି ନଥିଲେ। ଫଳରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲେ। ଧକ୍କା ପରେ ଉଭୟ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ସେଥିରେ ଥିବା ମତ୍ସଜୀବୀମାନେ ପହଁରି ପହଁରି କୂଳକୁ ଚାଲି ଆସିଥିଲେ।

ଗୋଟିଏ ଡଙ୍ଗାରେ ୧୦ ଜଣ ଓ ଅନ୍ୟଟିରେ ୮ ଜଣ ମତ୍ସ୍ୟଜୀବୀ ଥିଲେ। ଦୁର୍ଘଟଣାରେ ଗୋଟିଏ ଡଙ୍ଗା ପୂରା ଦୁଇ ଫାଳ ହୋଇଯାଇଥିବା ବେଳେ ଆଉ ଗୋଟିଏ ସାମାନ୍ୟ ଭାଙ୍ଗିଛି। ସେହିପରି ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଯାଇଛି।

By amfnews

Related Post