Sun. Sep 13th, 2026

ସମୁଦ୍ରରେ ଓଲଟିଲା ବୋଟ୍‌, ଜଣେ ମୃତ

231 Views

ବାଲେଶ୍ୱର : ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁ ବର୍ଷା ସାଙ୍ଗକୁ ପବନ ହେଉଛି। ଏହି ପବନ ଯୋଗୁ ଧାମରା ତାଳଚୁଆରେ ବୋଟ୍‌ରୁ ସମୁଦ୍ରକୁ  ଖସି ଜଣେ ବୋର୍ଟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲାଲମୋହନ ସିଂହ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳାରେ ବୋଲି ଜଣାପଡ଼ିଛି।

ଲାଲମୋହନ ମାଛ ଧରି ବୋଟ୍‌ରେ ଫେରୁଥିଲେ। ଏହି ସମୟରେ ପବନ ଅତି ଜୋରରେ ବୋହିବାରୁ ସେ ବୋଟରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ବାତ୍ୟା ପୂର୍ବରୁ ସମୁଦ୍ରକୁ ଯିବାକୁ  ପ୍ରଶାସନିକ ସ୍ତରରେ ବାରଣ କରାଯିବ ସତ୍ତ୍ୱେ ବହୁ ସ୍ଥାନରେ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଧାମରାର କାଳିନାଳୀରେ ଏକ ମାଛଧରା ବୋଟ୍‌ ବୁଡ଼ିଯାଇଥିଲା। ତେବେ ବୋଟ୍‌ରେ ଥିବା ସମସ୍ତ ୮ ମତ୍ସ୍ୟଜୀବୀ ନିକଟ ଜଙ୍ଗଲରେ ସୁରକ୍ଷିତ ଥିବା ଜଣାପଡ଼ିଛି।  ସେମାନଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରହିଥିବା ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସୂଚନା ଦେଇଛନ୍ତି।

By amfnews

Related Post