Wed. Jul 1st, 2026
271 Views

ନୂଆଦିଲ୍ଲୀ: ସତ୍ୟପାଲ ମଲିକଙ୍କୁ ଗୋଆରୁ ମେଘାଳୟର ରାଜ୍ୟପା‌ଳ ଭାବେ ବଦଳି କରାଯାଇଥିବା କଥା ଆଜି ରାଷ୍ଟ୍ରପତି ଭବନରୁ ରିଲିଜ୍‌ ହୋଇଥିବା ଏକ ବିବୃତିରୁ ସୂଚନା ମିଳିଛି।

ଉତ୍ତରପୂର୍ବ ରାଜ୍ୟ ମେଘାଳୟର ରାଜ୍ୟପାଳ ଥିବା ତଥାଗତ ରାୟ ନିଜର ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂର୍ଣ୍ଣ କରି ସାରିଥିବାରୁ ମଲିକ ପରବର୍ତ୍ତୀ ରାଜ୍ୟପାଳ ଭାବେ ତାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ରାୟ ତ୍ରିପୁରାରେ ତିନି ବର୍ଷ ଓ ବାକି ସମୟ ମେଘାଳୟର ରାଜ୍ୟପାଳ ଭାବେ ଅଧିଷ୍ଠିତ ‌ହୋଇଥିଲେ।

ମଲିକ ମଧ୍ୟ ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ ଥିଲେ। ପାର୍ଲାମେଣ୍ଟରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ୍ ଚିଠା ଗୃହୀତ ହୋଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠିତ ହେବା ପରେ ମଲିକଙ୍କୁ ଗୋଆର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

୧୯୬୫ରେ ମଲିକଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ଓ ୧୯୮୦ରେ ଲୋକଦଳକୁ ପ୍ରତିନିଧିତ୍ବ କରି ସେ ପ୍ରଥମେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୬ରେ ମଧ୍ୟ ସେ କଂଗ୍ରେସ ପାର୍ଟିର ନେତା ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇ ୨୦୦୫ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ସମ୍ପ୍ରତି ନିଜ କର୍ତ୍ତବ୍ୟ ସହ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ କେଶରୀ କୋଶିୟାରି ଗୋଆର ରାଜ୍ୟପାଳ ଭାବେ ଦାୟିତ୍ବ ନିର୍ବାହ କରିବେ ଉକ୍ତ ବିବୃତିରେ କୁହାଯାଇଛି।

By amfnews

Related Post