Mon. Apr 29th, 2024

ସଚେତନତାଧର୍ମୀ ମନୋରଂଜନକୁ ଆବଶ୍ୟକ

By amfnews Jun 12, 2018 #Featured
185 Views

ଯାଜପୁର, ତା ୧୨ା୬(ସ୍ୱ.ପ୍ର): ଅବକ୍ଷୟମୁଖୀ ସମାଜରେ ସଚେତନତାଧର୍ମୀ ମନୋରଂଜନ ନିହାତି ଆବଶ୍ୟକ । ପାରମ୍ପରିକ ଲୋକ କଳାର ପ୍ରଦର୍ଶନ ହୁଏତ ମନୋରଂଜନ ହୋଇପାରେ କିନ୍ତୁ ଏହା ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବାର ଏହା ଏକ ଶ୍ରେଷ୍ଠ ମାଧ୍ୟମ ଯାହାକି ସହଭାଗିତା ପ୍ରତିପାଦିତ କରିଚ୍ଥି ବୋଲି ବକ୍ତାମାନେ ମତବ୍ୟକ୍ତ କରିଚ୍ଥନ୍ତି । ସୋମବାର ଅପରାହ୍ନରେ ଯାଜପୁର ବ୍ଳ୍କ ଭୂଇଁପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଗୋଷ୍ଠି ଊନ୍ନୟନ ଅଧିକାରୀ ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ ମାଧ୍ୟମ, ବିବିଧ ଯୋଜନାତ୍କ ସାଧାରଣ ଲୋକଙ୍କ ନିକଟରେ ଊପଲବ୍ଧ କରାଇବାର ଏହା ଏକ ସୁନ୍ଦର ପ୍ରୟାସ ବୋଲି କହିଥିଲେ । ଏହା ସବୁ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରାଊଥିବାରୁ ଏହାଦ୍ୱାରା ଲୋକମାନେ ନିଜ ଅଧିକାର ଓ ଦାୟିତ୍ୱ ସଂପର୍କରେ ଅଧିକ ଊତ୍ତରଦାୟୀ ହୋଇପାରିବେ ବୋଲି ମତପ୍ରକାଶ ପାଇଥିଲା । ପଂଚାୟତର ସରପଂଚଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରୀ ବିଧାୟକଙ୍କ ପ୍ରତିନିଧି, ସମିତି ସଭ୍ୟ , ପଂଚାୟତ କାର୍ଯ୍ୟନିର୍ବାହୀ , ଜିଲ୍ଳ୍ା କଳା ସଂସ୍କୃତି ସଂଘ ଊପସଭାପତି , ବ୍ଳ୍କ ସାମାଜିକ ସୁରକ୍ଷା ଅଧିକାରୀ , ପୂର୍ବତନ ସରପଂଚ , ସହକାରୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଜଗବନ୍ଧୁ ଓଝା ଓ ସାଥୀମାନେ ପାଲା ପରିବେଷଣ କରାଥିଲେ । ପୂର୍ବରୁ ସମସ୍ତ କଳାକାର, ଅତିଥି ଓ ଗ୍ରାମବାସୀ ମାନେ ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମଣ କରି ସହଭାଗିତା ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ ।
ରିପୋର୍ଟ ଏବଂ ଫଟୋ—ମାନସ ରଂଜନ ବିଶ୍ୱାଳ,AMF-News

By amfnews

Related Post