Tue. Jun 30th, 2026

ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

259 Views

କୋଲାବିରା: ଝାରସୁଗୁଡ଼ା ଜିଲ୍ଲାର ରଘୁନାଥପାଲି ସଙ୍ଗରୋଧ କେନ୍ଦ୍ରରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ମହିଳା ଗତ ୧୨ ତାରିଖରୁ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ମିଳିଥିଲେ ବି ତାଙ୍କ ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।
ସୂଚନାଯୋଗ୍ୟ, ଗତ୧୨ ତାରିଖରେ ଝାରସୁଗୁଡା ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୧ କରୋନା ରୋଗୀଙ୍କ ମଧ୍ୟରେ କୋଲାବିରା ବ୍ଳକ୍ ଅନ୍ତର୍ଗତ ରଘୁନାଥପାଲିର ୨ ଜଣ ଥିଲେ। ଉଭୟଙ୍କ ମଧ୍ୟରୁ ଜଣେ ଟାଟା ଫେରନ୍ତା ମହିଳା ଓ ଜଣେ ଭୁବନେଶ୍ୱରରୁ ଫେରିଥିଲେ।

କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ଫେରନ୍ତା ରୋଗୀଙ୍କ ପରିବାରର ୨୭ ଜଣଙ୍କୁ ରଘୁନାଥପାଲିର ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ୭୦ ଵୟସ୍କା ମହିଳା ଗତକାଲି ରାତିରେ ଅସୁସ୍ଥ ହୋଇ ପଡ଼ିଥିଲେ। ତେଵେ ତାଙ୍କୁ ଚିକିତ୍ସା ପାଇଁ ନେବା ପୂର୍ବରୁ ରାତି ପ୍ରାୟ ୧୧ଟାରେ ମୃତ୍ୟୁବରଣ କରିଥିଲେ।

ଆଜି ସକାଳେ କୋଲାବିରା ପୁଲିସ ସମେତ ଏସ୍ ଡିପିଓ କୈଳାସ ଆଚାର୍ଯ୍ୟ, ବିଡ଼ିଓ ବିଜୟ ସଏ, ତହସିଲଦାର ଗୋଲକ ବିହାରୀ ମଙ୍ଗରାଜଙ୍କ ଉପସ୍ଥିତିରେ ନିକଟସ୍ଥ ନାଳ ପାଖରେ ପ୍ରଶାସନ ତରଫରୁ ଶବ ସତ୍କାର କରାଯାଇଛି।

By amfnews

Related Post