Sun. Jun 14th, 2026

ସଂସଦ ହେବା ପରେ ରେଜିଷ୍ଟରରେ ଦସ୍ତଖତ କରିବାକୁ ଭୁଲିଗଲେ ରାହୁଲ

185 Views

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ତଥା କେରଳ ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧି ଗତକାଲି ସାଂସଦଭାବେ ଶପଥ ନେବାପରେ ରେଜିଷ୍ଟରରେ ଦସ୍ତଖତ କରିବାକୁ ଭୁଲିଯାଇଥିଲେ । ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ସକାଳେ ଯେତେବେଳେ ସଂସଦର କାମ ଆରମ୍ଭ ହୋଇଥିଲା ସେତେବେଳେରେ କଂଗ୍ରେସ ଅଧ୍ୟକ୍ଷ ତଥା କେରଳ ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳିନଥିଲା। ତେବେ ସେ ଅପରାହ୍ନରେ ସଂସଦରେ ପହଞ୍ଚି ଇଂରାଜି ଭାଷାରେ ଶପଥ ଗ୍ରହଣ କରିଥିଲେ।

ରାହୁଲ ଅପରାହ୍ନରେ ଗୃହକୁ ଆସି ଶପଥ ଗ୍ରହଣ କରିବା ଆଗରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖରେ ଗତକାଲି ବସିଥିବାର ଦେଖିବାକୁ ମିଳିଥିଲା। ଶପଥ ପାଠ ପାଇଁ ରାହୁଲଙ୍କ ନାମ ଡ଼କାଯିବା ପରେ ଗୃହରେ ଉପସ୍ଥିତ କଂଗ୍ରେସ ସାଂସଦମାନେ ଡେସ୍କରେ ତାଳି ଜରିଆରେ ତାଙ୍କୁ ସ୍ବାଗତ କରିଥିଲେ।

ଶପଥ ଗ୍ରହଣ ପରେ ଲୋକସଭା ରେଜିଷ୍ଟରରେ ଦସ୍ତଖତ କରିବାର ବିଧି ରହିଛି, ଯାହାକୁ ରାହୁଲ ଗାନ୍ଧି ଭୁଲିଯାଇ ନିଜ ସିଟ୍ ଆଡ଼କୁ ଯାଉଥିଲେ। ଏହି ସମୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ କେତେକ ବିଜେପି ସାଂସଦ ରାହୁଲଙ୍କୁ ପଛରୁ ଡ଼ାକି ଦସ୍ତଖତ କରିବା କଥା ମନେ ପକାଇ ଦେଇଥିଲେ । ଏହାପରେ ରାହୁଲ ଗାନ୍ଧି ଆସି ଦସ୍ତଖତ କରିଥିଲେ।

By amfnews

Related Post