Fri. Jul 3rd, 2026

ସଂଯୁକ୍ତ ରାଷ୍ଟ୍ର ପର୍ଯ୍ୟାବରଣ ଏଜେନ୍ସିର ସହାୟକ ମହାସଚ୍ଚିବ ରୂପେ ଭାରତୀୟ ଅଧିକାରୀ ସତ୍ୟା ତ୍ରିପାଠୀଙ୍କୁ ନିଯୁକ୍ତି

366 Views

ନୂଆଦିଲ୍ଲୀ, ଅଗଷ୍ଟ ୨୮  :

 ସଂଯୁକ୍ତ ରାଷ୍ଟ୍ରର ମହାସଚ୍ଚିବ ଏଂଟୋନିୟୁ ଗୁଟାରେସ ଭାରତୀୟ ବିକାଶ ଅର୍ଥଶାସ୍ତ୍ରୀ ଏବଂ ସଂଯୁକ୍ତ ରାଷ୍ଟ୍ରର ଅଧିକାରୀ ସତ୍ୟା ଏସ୍ ତ୍ରିପାଠୀଙ୍କୁ ୟୁଏନଇପି ନ୍ୟୁୟର୍କ କାର୍ଯ୍ୟାଳୟର ସହାୟକ ମହାସଚ୍ଚିବ ରୂପେ ନିଯୁକ୍ତ କରିଛନ୍ତି । ସେ ତ୍ରିନିଦାଦ ଏବଂ ଟୋବୈଗୋର ଇଲିୟେଟ ହୈରିସଙ୍କ ସ୍ଥାନ ନେବେ । ସେ ୨୦୧୭ରୁ ୟୁଏସଇପି ବିକାଶର ୨୦୩୦ ଏଜେଣ୍ଡାର ପରାମର୍ଶକ ରୂପେ ନିଯୁକ୍ତ ଥିଲେ ।

ମହାସଚ୍ଚିବଙ୍କ ପ୍ରବକ୍ତା ଷ୍ଟିଫେନ୍ ଡୁଜାରିକ କାଲି ସମ୍ବାଦଦାତା ମାନଙ୍କୁ କହିଛନ୍ତି କି, ବିକାଶ ଅର୍ଥଶାସ୍ତ୍ରୀ ଏବଂ ଓକିଲ ରୂପରେ ୩୫ବର୍ଷରୁ ଅଧିକ ଅନୁଭବ ରଖିଥିବା ତ୍ରିପାଠୀ ୧୯୯୮ରେ ସଂଯୁକ୍ତ ରାଷ୍ଟ୍ର ସହ ଜଡିତ ଅଛନ୍ତି ଏବଂ ସେ ୟୁରୋପ, ଏସିୟା ଏବଂ ଆଫ୍ରିକାରେ ବିକାଶ, ମାନବଅଧିକାର, ଲୋକତାନ୍ତ୍ରୀକ ପ୍ରଶାସନ ଓ କାନୁନ ମାମଲାରେ ରଣନୀତିକ କାର୍ଯ୍ୟରେ ସାମିଲ ଅଛନ୍ତି ।

ତ୍ରିପାଠୀ ବାଣିଜ୍ୟରେ ସ୍ନାତକ ଏବଂ ବରହମପୁର ବିଶ୍ୱବିଦ୍ୟାଳୟରୁ ଆଇନିରେ ସ୍ନାତକ ଏବଂ ସ୍ନାତକୋତର କରି ସାରିଛନ୍ତି । ସଂଯୁକ୍ତ ରାଷ୍ଟ୍ର ପର୍ଯ୍ୟାବରଣ କାର୍ଯ୍ୟକ୍ରମ ଏହି ବୈଶ୍ୱିକ ସଂସ୍ଥାର ପ୍ରମୁଖ ଏଜେନ୍ସି ରହିଛି ଯାହାକି ପର୍ଯ୍ୟାବରଣ ପାଇଁ କାମ କରେ । ଏହା ଦୁନିଆ ସାରା ସରକାର, ବ୍ୟକ୍ତିଗତ କ୍ଷେତ୍ର, ନାଗରିକ ସମାଜ ଏବଂ ସଂଯୁକ୍ତ ରାଷ୍ଟ୍ର ସହ ସମ୍ବନ୍ଧିତ ଅନ୍ୟ ସଂଗଠନ ତଥା ଅନ୍ତରାଷ୍ଟ୍ରୀୟ ସଂଗଠନ ସହ ମିଶି କାମ କରେ ।

By amfnews

Related Post