Sat. Aug 22nd, 2026

ଷ୍ଟେଜ୍‌ ଉପରେ ଝୁମିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି

248 Views

ଜୟପୁର : ଶାରଦୀୟ ଦୁର୍ଗା ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର ହୋଇପଡ଼ିଛି। ବିଭିନ୍ନ ପୂଜା ଅନୁଷ୍ଠାନ ପକ୍ଷରୁ ମେଲୋଡି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯାହାକୁ ମନଭରି ଉପଭୋଗ କରୁଛନ୍ତି ଲୋକେ। ତେବେ ଏଥିରୁ ବାଦ୍ ପଡି ନାହାନ୍ତି  ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେ କଣ୍ଠଶିଳ୍ପୀଙ୍କ ଗୀତରେ ଷ୍ଟେଜ୍‌ରେ ଝୁମିଛନ୍ତି। ଗତକାଲି ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା ଅବସରରେ ଜୟପୁର ସହରର ଜଗତଜନନୀ ଛକରେ  କଣ୍ଠଶିଳ୍ପୀ ତାରିକ୍ ଆଜିଦ୍‌ ଓ ତପୁ ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ତପୁଙ୍କ ‘ରଙ୍ଗବତୀ’ ଓ  ‘ଏ ଟଉରା ନେଇ ଯା’ ଗୀତରେ ବିଧାୟକ ନାଚିଲେ ଓ ଉପସ୍ଥିତ ଦର୍ଶକଙ୍କୁ ମଧ୍ୟ ନଚାଇଲେ।

ସେହିପରି ଗତ ଗୁରୁବାର ଦିନ ଜୟପୁର ସହରରେ କଣ୍ଠଶିଳ୍ପୀ ଟି. ସୌରୀ ଓ ପମି ମିଶ୍ରଙ୍କ ଟିମ୍‌ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ତାରା ବାହିନୀପତି  ଗୀତରେ ତାଳେତାଳେ ନାଚିଥିଲେ ଓ ଦର୍ଶକଙ୍କୁ ନଚାଇଥିଲେ।

By amfnews

Related Post