Mon. Sep 28th, 2026

ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ପୁଣି ଚୋରି, ଘରେ ପଶି ନେଇଗଲେ ଟଙ୍କା

199 Views

ପୁରୁଣା ଭୁବନେଶ୍ବର,: ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ପୁଣି ଚୋରି ହୋଇଛି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ଦିବ୍ୟ ବିହାର (ପ୍ଲଟ୍ ନଂ୫୪)ରେ ରହୁଥିବା ଲିଙ୍ଗରାଜ ହାତୀଙ୍କ ଘରୁ ୧୫ଶହ ଟଙ୍କା ନେଇଯାଇଛନ୍ତି। ଲିଙ୍ଗରାଜ ଶୋଇଥିବା ଖଟରେ ଥିବା ମନିପର୍ସରୁ ଏହି ଟଙ୍କା ନେଇ ଯାଇଥିବା ବେଳେ ଅନ୍ୟ ଏକ ରୁମ୍‌ର ଆଲମିରା ତାଡ଼ିଥିଲେ। ଲିଙ୍ଗରାଜଙ୍କ ସାନ ଭଉଣୀ ଉଠି ହୋ-ହଲ୍ଲା କରିବାରୁ ସେମାନେ ଦୌଡ଼ି ପଳାଇଥିଲେ। ଲଗାତାର ଏହି ଅଞ୍ଚଳରୁ ଚୋରି ବଢ଼ିବାରେ ଲାଗିଛି। ପୁଲିସ୍‌ ଚୋରମାନଙ୍କୁ ଧରିବାରେ ବିଫଳ ହେଉଥିବାରୁ ଉତ୍ପାତ ବଢ଼ିବାରେ ଲାଗିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋରର ସନ୍ଧାନ ପାଇ ନାହିଁ।

By amfnews

Related Post