Thu. May 21st, 2026

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଝଟକା: ସଂସଦରେ ସ୍ୱଷ୍ଟ ବହୁମତ ପ୍ରମାଣ କଲେ ରାନିଲ ବିକ୍ରମସିଂଧେ

226 Views

କଲମ୍ବୋ, ଡିସେମ୍ବର ୧୨ : ଶ୍ରୀଲଙ୍କାର ଅପଦସ୍ଥ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଧେ ବୁଧବାର ସଂସଦରେ ସ୍ପଷ୍ଟ ବହୁମତ ହାସଲ କରିଛନ୍ତି। ତାଙ୍କୁ ଗତ ଅକ୍ଟୋବର ୨୬ରେ ରାଷ୍ଟ୍ରପତି ମୈତୀପାଳ ସିରିସେନା ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରି ଦେଇଥିଲେ। ସିରିସେନାଙ୍କ ଏହି ବିବାଦୀୟ ପଦକ୍ଷେପ ଯୋଗୁଁ ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଦେଖାଯାଇଥିଲା। ସଂସଦରେ ବୁଧବାର ରାନିଲଙ୍କୁ ୨୨୫ରୁ ୧୧୭ ଜଣ ସାଂସଦ ସମର୍ଥନ ଜଣାଇଛନ୍ତି। ଏହା ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ବିଗତ ଦିନରେ ନିଆଯାଇଥିବା ପଦକ୍ଷେପ ଉପରେ ଅନେକ ଚର୍ଚ୍ଚା ହେଉଛି। ବ୍ୟକ୍ତିଗତ ଭାବରେ ନାପସନ୍ଦ କରି ବହିଷ୍କାର କରିଥିଲେ। ତାଙ୍କ ସ୍ଥାନରେ ମହିନ୍ଦା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା।

ଏହା ପୂର୍ବରୁ ରାଜପକ୍ଷେ ସଂସଦରେ ବହୁମତ ହାସଲ କରିପାରିନଥିଲେ। ମୁଖ୍ୟ ତାମିଲ ମାଇନରିଟି ପାର୍ଟି ଅବିଶ୍ୱାସ ପ୍ରସ୍ତାବ ସମର୍ଥନରେ ମତଦାନ କରିଛନ୍ତି। ରାଷ୍ଟ୍ରପତି ସିରିସେନାଙ୍କ ଅତିରିକ୍ତ ସାମ୍ବିଧାନିକ ଦଖଲ ବିରୋଧ କରିଥିବା ବାମପନ୍ଥୀ ଦଳ ଜନତା ବିମୁକ୍ତି ପେରାମୁଣା ସାଂସଦ ଅନୁପସ୍ଥିତ ଥିଲେ। ଯଦି ସେମାନେ ଉପସ୍ଥିତ ଥାନ୍ତେ, ତା’ହେଲେ ବିକ୍ରମସିଂଧେଙ୍କୁ ଅଧିକ ମତଦାନ ମିଳିଥାନ୍ତୋ ବୋଲି ଚର୍ଚ୍ଚା ହେଉଛି।

By amfnews

Related Post