Sun. May 19th, 2024

ଶ୍ରୀକ୍ଷେତ୍ରରେ ଆଜି ଭଉଁରୀ ଯାତ୍ରା, ଚକଡେରା ନୀତି ହେବ ସମ୍ପନ୍ନ

rout.subhashree22@gmail.com' By Subhashree Rout May 7, 2018 #Featured
246 Views

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ନରେନ୍ଦ୍ର ପୁଷ୍କରିଣୀରେ ଗତ ୨୧ ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରା ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ତିଥିରେ ଶ୍ରୀ ଜୀଉମାନଙ୍କ ତିନି ରଥର ଚକଡେରା ନୀତି ସମ୍ପନ୍ନ ହେବାର ପରମ୍ପରା ରହିଛି । ଏହି ନୀତି ପାଇଁ ୩ ଜଣ ପୂଜାପଣ୍ଡା ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ଆଣିବା ପରେ ଚକଡେରା ନୀତି ହେବ । ଚକଡେରା ନୀତି ପାଇଁ ମୋଟ ୬ଟି ଚକରେ ତିନୋଟି ଅଖ ସଂଯୋଗ କରିବେ ବିଶ୍ୱକର୍ମା ସେବକମାନେ । ଶ୍ରୀ ଜୀଉଙ୍କ ଭଉଁରୀ ଯାତ୍ରା ଶାନ୍ତିଶୃଙ୍ଖଳା ସହ କରିବା ପାଇଁ ସମସ୍ତ ପ୍ରକାର ନୀତିନିର୍ଘଣ୍ଟ ହୋଇଥିବାର ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଗତ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାଲିଥିବା ଚନ୍ଦନଯାତ୍ରା ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭଉଁରୀ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ନୌବିହାର ପରିକ୍ରମା କରି ଚାପ ଖେଳିବେ ମହାପ୍ରଭୁ ।

Related Post